ଜିଲ୍ଲାପାଳ, ତହସିଲଦାର ଓ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଗ୍ରାମବାସୀଙ୍କ ଅଭିଯୋଗ

39

ବେଆଇନ ବାଲି ଉଠାଣକୁ ନେଇ ଅଶାନ୍ତିର ବାତାବରଣ
ବିଞ୍ଝାରପୁର(ଆପ୍ର): ବେଆଇନ ଭାବରେ ଖରସୋ୍ରତାରୁ ବାଲି ଉଠାଇ ଷ୍ଟକ୍ ରଖିଥିବା ଜଣେ ବାଲି ମାଫିଆ ଖରସୋ୍ରତା ନଦୀ ବନ୍ଧକୁ ହାଣି ଜେସିବି ଓ ଟ୍ରାକ୍ଟର ଲଗାଇ ବାଲି ଉଠାଉଥିବାବେଳେ ଗ୍ରାମବାସୀଙ୍କ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ସମ୍ପୃକ୍ତ ଠିକାଦାର ଓ ବାଲି ମାଫିଆଙ୍କ ବିରୁଦ୍ଧରେ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀ, ଯାଜପୁର ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର ଓ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଛନ୍ତି । ବାଲି ମାଫିଆ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ ଖରସୋ୍ରତା ନଦୀର ଘଣ୍ଟିଆଳି ପଞ୍ଚାୟତ ତଥା ଗ୍ରାମ ପାଶ୍ୱର୍ ଦେଇ ପ୍ରବାହିତ ଖରସୋ୍ରତାର ନଦୀବନ୍ଧଟି ଦୁର୍ବଳ ରହିଛି । ଅତୀତରେ ଏଠାରେ ବର୍ଷାଋତୁରେ ଘଳିଆ ପଡି ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା । ଯାହାକି ଜନମାନସରେ ଆଶଙ୍କା ସୃଷ୍ଟି କରିଆସିଛି । ତେବେ ଠିକାଦର ଜଣକ ନଦୀ ବନ୍ଧକୁ ହାଣି ଏକ ଜେସିପି ନେଇ ପୂର୍ବରୁ ଷ୍ଟକ୍ ରଖିଥିବା ବାଲି ଉଠାବାକୁ ଆରମ୍ବ କରିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଏକଜୁଟ୍ ହୋଇ ସେଠାରେ ପହଞ୍ଚô ଏହାର ବିରୋଧ କରିବାରୁ ସେଠାରେ ହାତାହାତି ପରିସ୍ଥିତି ସ୍ୃଷ୍ଟି ହୋଇଥିଲା ବୋଲି ଗ୍ରାମବାସୀ କହିଛନ୍ତି । ଗ୍ରାମବାସୀଙ୍କ ତରଫରୁ କରାଯାଇଥିବା ଅଭିଯୋଗରୁ ଜଣାଯାଇଛି ଯେ କଏଣା ରଘୁନାଥପୁର ଗ୍ରାମର ସ୍ମୃତିରଂଜନ ଜେନା କିଛି ଅସାମାଜିକ ଲୋକଙ୍କୁ ନିଯୁକ୍ତି କରି ଖରସୋ୍ରତା ନଦୀବନ୍ଧକୁ କାଟି ବାଲି ଉଠାଉଥିବା ସହିତ ଗ୍ରାମରେ ଉତ୍ତେଜନା ପରିସ୍ଥିତିକୁ ଉସକାଉଛନ୍ତି । ବେଆଇନ ବାଲି ଉଠାଇବା ନିମନ୍ତେ ବାରଣ କରାଯାଇଥିବା ସତ୍ତ୍ୱେ ସେ ଜିଦ୍ କରି ବାଲି ଉଠାଇବାର ଉଦ୍ୟମ କରିଛନ୍ତି । ଅଭିଯୋଗ ପାଇବା ପରେ ସ୍ଥାନୀୟ ତହସିଲଦାର ଶୁଭ୍ରାବାଳା ବେହେରା ପୁଲିସ ସହିତ ଘଟଣାସ୍ଥଳରେ ପହଞ୍ଚô ଲୋକଙ୍କୁ ଆଶ୍ୱାସନା ଦେଇ ପରିସ୍ଥିତିକୁ ସମ୍ବାଳି ନେବେ ବୋଲି କହିଥିଲେ । ହେଲେ ଖବର ଲେଖା ହେବା ପର୍ଯ୍ୟନ୍ତ ସେ ଘଟଣାସ୍ଥଳରେ ପହଞ୍ଚô ନଥିବା ଜଣାଯାଇଛି । ତେବେ ବାଲି ମାଫିଆ ଓ ସରକାରୀ ସମ୍ପଦର ଲୁଟ୍କାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ବିଞ୍ଝାରପୁର ପୁଲିସ ନେବା ଉଚିତ୍ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com