2-Fly-over-Bridge

ଜାରକାରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ଦାବି ତେଜୁଛି

18

ଧର୍ମଶାଳା/ଜାରକା(ଆପ୍ର): ଧର୍ମଶାଳା ବ୍ଲକ୍ ଜାରକା ଠାରେ ଫ୍ଲାଏ ଓଭର ବ୍ରିଜ୍ ଦାବିରେ ଧର୍ମଶାଳା ଉନ୍ନୟନ କମିଟି ପକ୍ଷରୁ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ବିଜୁ ଗ୍ରାମୀଣ ବଜାରଠାରେ ଅନୁଷ୍ଠିତ ହୋଇଛି । ସଭାପତି ଜଳଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଧର୍ମଶାଳା ମହୋତ୍ସବ ପୂଜା କମିଟି, ବଡବଜାର ବ୍ୟବସାୟୀ ସଂଘ, ମେନ୍ ମାର୍କେଟ୍ ବଣିକ ସଂଘ, ହନୁମାନ ବଜାର କମିଟି, ଜେମାଶୁଣି ବଜାର କମିଟି, ବିରଜା ମାର୍କେଟ୍ କମ୍ପଲେକ୍ସ, ଲକ୍ଷ୍ମୀ ବଜାର କମିଟି, ଗଣେଶ ପୂଜା କମିଟି, ଶାନ୍ତି ବଜାର କମିିଟିର କର୍ମକର୍ତ୍ତା, ଅବସରପ୍ରାପ୍ତ କର୍ମଚାରୀ ସଂଘ, ସତ୍ୟସାଇ ସେବା ସମିତିର କର୍ମକର୍ତ୍ତାଙ୍କ ସମେତ ହରିଦାସପୁର, କାଏମା, ଅଭୟପୁର, ଜାରକା, ଚୋରମୁହାଁ, କୁମାରୀ, ପାଟପୁର ଆଦି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଯୋଗଦେଇଥିଲେ ।
ସ୍ୱାଭିମାନ ପାଇଁ ଫ୍ଲାଏ ଓଭର ବ୍ରିଜ୍ ନିହାତି ଆବଶ୍ୟକତା ରହିଥିବା ସମସ୍ତେ ମତପ୍ରକାଶ କରିଥିଲେ । ଏଥିପାଇଁ ସମୂହ ସଂଗ୍ରାମ ଓ ଅନେ୍ଦାଳନ ଜାରି ରହିବ ବୋଲି କର୍ମକର୍ତ୍ତା ମତବ୍ୟକ୍ତ କରିଥିଲେ । ଜାତୀୟ ରାଜପଥ ଆଦୈା ଗୁରୁତ୍ୱ ଦେଉନଥିବା ବେଳେ ଓ ଏହା ବିରୁଦ୍ଧରେ ଚଳିତ ମାସ ୨୮ ତାରିଖରେ ଧର୍ମଶାଳା ବନ୍ଦ ଡାକରା ଦେବାପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ଏ ସଂକ୍ରାନ୍ତରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ଧର୍ମଶାଳା ଉନ୍ନୟନ କମିଟି ଭେଟି ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ସଂପାଦକ ମାନସ ରଂଜନ ଜେନା ସୂଚନା ଦେଇଛନ୍ତି । ବୈଠକରେ ସମ୍ବାଦିକ ଅଖିଳ କୁମାର ସ୍ୱାଇଁ, ସତ୍ୟପ୍ରିୟ ମହାନ୍ତି, ଅଜୟ ନାୟକ, ଅନିରୁଦ୍ଧ ନାୟକ, ଅଶୋକ ସାହୁ, ଜଳଧର ସାହୁ, ସିଦ୍ଧାର୍ଥ ମହାନ୍ତି, ଶ୍ରମିକ ନେତା ନୃସିଂହ ଚରଣ ମିଶ୍ର, ଅମରେନ୍ଦ୍ର ରାଉତ, ବିଚିତ୍ରାନନ୍ଦ ସ୍ୱାଇଁ, ଦିଲୀପ ଜେନା, ବିକାଶ ବେହେରା ପ୍ରମୁଖ ଅଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com