bari--pani-avab-ru-kheta-jalilani-photo-2

ଜଳାଭାବ; ପୋଡ଼ି ଗଲାଣି ବାଦାମ ଚାଷ

26

ବରୀ(ଆପ୍ର):ବରୀ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଚାଷଜମିକୁ ଜଳ ଯୋଗାଣର ଅବ୍ୟବସ୍ଥା ଯୋଗୁ ଚିନିବାଦାମ ଚାଷ ଏବେ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ବିଲରେ ଚାଷ ପୋଡ଼ି ଗଲାଣି । ହେଲେ ବିଲରେ ଥିବା ଉଠା ଜଳସେଚନ ଯୋଜନା ଫେଲ୍ ମାରିଛି । ଫଳରେ ବାଧ୍ୟ ହୋଇ ଚାଷୀ ନିକଟସ୍ଥ ନଦୀରୁ ଲମ୍ବା ପାଇପ୍ ସାହାର୍ଯରେ ଚାଷକୁ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ପ୍ରତିବର୍ଷ ସରକାର ଚାଷ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କରୁଥିବା ବେଳେ ଚାଷୀ ଚାଷ ପାଇଁ ଡହଳବିକଳ ହେଉଛନ୍ତି । ଏହି ଅଞ୍ଚଳରେ ସରକାର ୪୫୦ କୋଟି ଟଙ୍କାର ମେଗା ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଥିବାବେଳେ ତାହା କେବେ ଶେଷ ହେବ କହିବା ଅସମ୍ଭବ । ତେଣୁ ବର୍ତ୍ତମାନ ଚାଷୀକୁ ସୁରକ୍ଷା ଓ ଚାଷକୁ ରକ୍ଷା କରିବା ପାଇଁ ସରକାରୀ ସହାୟତାରେ ଛୋଟ ଛୋଟ ଉଠା ଜଳସେଚନ ପ୍ରକଳ୍ପ କରିବାକୁ ଚାଷୀମାନେ ଦାବି କରୁଛନ୍ତି ।

ସେଆର କରନ୍ତୁ:



Powered by odothemes.com