Gosthi-sangharshare-Aahata-photo--7

ଜମିବାଡ଼ି ବିବାଦରୁ ମାରପିଟ୍, ୬ ଆହତ

22

ଜାରକା(ଆପ୍ର): ଧର୍ମଶାଳା ଥାନା ଦେଓଦା ପଞ୍ଚାୟତ ଚଇନିହୁଡାରେ ଜମିବାଡି ବିବାଦକୁ କେନ୍ଦ୍ରକରି ଦୁଇପରିବାର ମଧ୍ୟରେ ମାରପିଟ ଘଟି ଜଣେ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ରନôାକର ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହୋଇଛି ।
ଚଇନିହୁଡାର ରନôାକର ନାୟକ ଓ ପିତାମ୍ବର ନାୟକ ଦୁଇପରିବାର ମଧ୍ୟରେ ଅନେକ ଦିନ ହେବ ଜମିବାଡ଼ି ବିବାଦ ଲାଗିରହିଛି । ଏହି ଜମିବାଡି ବିବାଦ କୋର୍ଟରେ ବିଚାରଧୀନ ଥିବା ଗୋଟିଏ ପକ୍ଷ ପ୍ରକାଶ କରିଛନ୍ତି । ଆଜି ଗୋଟିଏ ପକ୍ଷ ଏହି ବିବାଦୀୟ ଜମିଉପରେ ଏକ ବାଡ଼ବସାଇବାକୁ ଉଦ୍ୟମ କରୁଥବା ବେଳେ ଅପରପକ୍ଷ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଦୁଇପରିବାର ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ପକ୍ଷ ଠେଙ୍ଗାବାଡି ଧରି ଆକ୍ରମଣ କରିବା ଫଳରେ ଦୁଇଗୋଷ୍ଠୀର ୬ଜଣ ଆହତ ହୋଇଥିଲେ । ଆହତମାନେ ହେଲେ ରନôାକର ନାୟକ, ଦେବକୀ ନାୟକ, ଦୀବାକର ନାୟକ, ପ୍ରଦୀପ ନାୟକ, ପିତାମ୍ବର ନାୟକ ଓ ବିକ୍ରମ ନାୟକ । ଧର୍ମଶାଳା ଥାନାରେ ଅଭିଯୋଗ ହେବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ସେଆର କରନ୍ତୁ:



Powered by odothemes.com