ARTHA

ଚିକିତ୍ସା ପାଇଁ ଅର୍ଥ ବାଧକ

27

ସରକାରୀ ଯୋଜନା ଫେଲ୍
କାମାକ୍ଷାନଗର,୧୦ା୨(ଆପ୍ର): କାମାକ୍ଷାନଗର ବ୍ଲକ୍ କାନପୁରା ପଞ୍ଚାୟତ ଦେହୁରୀ ସାହିର ସଞ୍ଜୟ ଦେହୁରୀ ଓ ରୀତାଞ୍ଜଳି ଦେହୁରୀଙ୍କ ୪ ବର୍ଷର ପୁଅ କ୍ରିଷ୍ଣା ଦେହୁରୀଙ୍କର ମୁଣ୍ଡରେ ପାଣି ଜମି ଦିନକୁ ଦିନ ବଢ଼ିବାରେ ଲାଗିଛି । ଦିନ ମଜୁରିଆ ଭାବେ କାମ କରୁଥିବା ସଞ୍ଜୟ ପୁଅର ଚିକିତ୍ସା ପାଇଁ ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛନ୍ତି । ସେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିଥିଲେ ସୁଦ୍ଧା କୌଣସି ସୁଫଳ ପାଇପାରି ନାହାନ୍ତି । ଏମାନଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ ହୋଇପଡ଼ିଛି ।
ପ୍ରକାଶ ଯେ ଗତ ୨୦୧୫ ମାର୍ଚ୍ଚ ୧୬ ତାରିଖରେ କ୍ରିଷ୍ଣା ଜନ୍ମ ହୋଇଥିଲା । ଜନ୍ମର ମାସେ ନପୁରୁଣୁ ହଠାତ୍ କ୍ରିଷ୍ଣାର ମୁଣ୍ଡଟି ବଢିÿବାକୁ ଲାଗିଲା । ସଞ୍ଜୟ ଓ ରୀତାଞ୍ଜଳି ପୁଅକୁ ନେଇ ପ୍ରଥମେ କାମାକ୍ଷାନଗର ଚିକିତ୍ସାଳୟରେ ଦେଖାଇବା ପରେ ଡାକ୍ତର ତାଙ୍କୁ କଟକ ଶିଶୁ ଭବନକୁ ନେବା ପାଇଁ ପରାମର୍ଶ ଦେଇଥିଲେ । ବହୁକଷ୍ଟରେ କିଛି ଟଙ୍କା ଯୋଗାଡ଼ କରି ସଞ୍ଜୟ ଓ ରୀତାଞ୍ଜଳି କ୍ରିଷ୍ଣାକୁ ନେଇ ଶିଶୁ ଭବନରେ ପହଞ୍ଚô ଥିଲେ । ପରିବାରର ଅଭିଯୋଗ ଅନୁଯାୟୀ ଶିଶୁ ଭବନରେ କିଛି ପରୀକ୍ଷା କରିବା ପରେ ସେଠାରେ ଆଡ୍ମିସନ ନକରି ଫେରାଇ ଦେଇଥିଲେ । ବାଧ୍ୟ ହୋଇ ସଞ୍ଜୟ ଓ ରୀତାଞ୍ଜଳି କ୍ରିଷ୍ଣାକୁ ନେଇ କଟକସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ଅପରେସନ ହେଲେ ଠିକ୍ ହୋଇଯିବ ବୋଲି କହିଥିଲେ । ଅପରେସନ୍ ପାଇଁ ଏକ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଜଣାଇଥିଲେ । ଉଭୟେ ପରିବାରର ଆସବାବ ପତ୍ର ବିକ୍ରି କରି ଅପରେସନ୍ କଲେ । ହେଲେ ଅପରେସନର ଦୁଇ ମାସ ପରେ ପୁଣି କ୍ରିଷ୍ଣାର ମୁଣ୍ଡ ବଢିÿବାକୁ ଲାଗିଲା । କ୍ରିଷ୍ଣାକୁ ନେଇ ବାପା, ମାଆ ପୁଣି ସେହି ଘରୋଇ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତରଙ୍କୁ ଆଉ କିଛି ପରୀକ୍ଷା କରିବା ପରେ ପୁଣି ଥରେ ଅପରେସନ୍ କରିବାକୁ କହିଥିଲେ । ସର୍ବହରା ହୋଇଯାଇଥିବା ସଞ୍ଜୟ ଓ ରୀତାଞ୍ଜଳି କ୍ରିଷ୍ଣାକୁ ନେଇ ବାଧ୍ୟ ହୋଇ ଘରକୁ ଫେରିଆସିଥିଲେ । କିନ୍ତୁ ପୁଅକୁ ବଞ୍ଚାଇବାର ପ୍ରୟାସ ଜାରି ରହିଥିଲା । ସ୍ଥାନୀୟ ବିଧାୟକଙ୍କ ପାଖକୁ ବାରମ୍ବାର ଯାଇଥିଲେ ସୁଦ୍ଧା ସରକାରୀ ସାହାଯ୍ୟ ପରିବର୍ତ୍ତେ କେବଳ ପ୍ରତିଶ୍ରୁତି ମିଳିଥିଲା । ବିଧାୟକଙ୍କ ଠାରୁ ନିରାଶ ହୋଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଦେଖା କରି ନିଜ ଦୁଃଖ ଜଣାଇବା ପରେ ତତ୍କାଳୀନ ଉପଜିଲ୍ଲାପାଳ ମନୋଜ ବେହେରା ୩ ହଜାର ଟଙ୍କାର ସହାୟତା ରାଶି ଦେଇ ଜିଲ୍ଲାପାଳଙ୍କୁ ଦେଖା କରିବାକୁ ପରାମର୍ଶ ଦେଇଥିଲେ ।
ପରେ କାମାକ୍ଷାନଗରରେ ହେଉଥିବା ଜନଶୁଣାଣି ଶିବିରରେ ଜିଲ୍ଲାପାଳ ଭୂପିନ୍ଦର ସିଂ ପୁନିଆଙ୍କୁ ଜଣାଇବା ପରେ ଜିଲ୍ଲାପାଳ କ୍ରିଷ୍ଣାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଇବାର ବ୍ୟବସ୍ଥା କରିଥିଲେ । କଟକ ମେଡିକାଲରେ ପହଞ୍ଚôବା ପରେ ସିଟ୍ ନମିଳିବାରୁ ବାରଣ୍ଡାରେ ରହିଥିଲେ । ମୁଣ୍ଡରେ ହୋଇଥିବା ଘା’ ନଶୁଖିବା ପର୍ଯ୍ୟନ୍ତ ଅପରେସନ୍ ହୋଇପାରିବନି ବୋଲି ଡାକ୍ତର କହିଥିଲେ । ୧୭ ଦିନ ପରେ ସମସ୍ତଙ୍କୁ ଜୋର୍ ଜବରଦସ୍ତ ମେଡିକାଲରୁ ବାହାର କରିଦିଆଯାଇଥିଲା । ଏ ମଧ୍ୟରେ ୪ ବର୍ଷ ବିତିଗଲାଣି । ପ୍ରତିଟି ମୁହୂର୍ତ୍ତ କି୍ରଷ୍ଣା ମୃତୁ୍ୟ ସହ ସଂଗ୍ରାମ କରୁଛି । ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ପୁଅର ଜୀବନ ଭିକ୍ଷା ପାଇଁ ପତ୍ର ଲେଖି ଲେଖି ଥକି ପଡ଼ିଯାଇଥିଲେ ସୁଦ୍ଧା ପରିବାର ଆଖିର ଲୁହ ପୋଛିବାରେ କାହାର ଆନ୍ତରିକତା ନଥିବା ପରି ମନେହୁଏ । ଏ ସମ୍ପର୍କରେ କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟକୁ ପଚାରିଲେ ସେ କୁହନ୍ତି ଯେ କ୍ରିଷ୍ଣା ପାଇଁ ଆମେ ନିଶ୍ଚିତ ସହଯୋଗ କରିବୁ । ଏଥିପାଇଁ ମୁଁ ଜିଲ୍ଲାପାଳଙ୍କ ସହ କଥା ହୋଇ କିଛି ଗୋଟେ ବ୍ୟବସ୍ଥା କରିବି । ଏ ସମ୍ପର୍କରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ ରତ୍ନାକର ସାମଲ କୁହନ୍ତି ଯେ, ଜିଲ୍ଲା ଚିକିତ୍ସାଳୟରେ ଡିଇଆଇସି ନାମକ ଏକ ସଂସ୍ଥା କାର୍ଯ୍ୟ କରୁଛି ଯାହା ମାଧ୍ୟମରେ ସେ ଶିଶୁଟିକୁ ସାହାର୍ଯ୍ୟ କରାଯାଇ ପାରିବ । ତେବେ ପ୍ରଶ୍ନ ଉଠେ ଜନ୍ମ ଠାରୁ ଆରମ୍ଭ କରି ମୃତୁ୍ୟ ପର୍ଯ୍ୟନ୍ତ ଅନେକ ଯୋଜନା ତିଆରି କରି ରାଜ୍ୟ ସରକାର ଗରିବ ଜନସାଧାରଣଙ୍କ ପ୍ରତି କେତେ ସମ୍ବେଦନଶୀଳ ତାହା କାନ୍ଦୁଥିବା ସ୍ୱର ଓ ଯନ୍ତ୍ରଣାରେ ଛଟପଟ ହେଉଥିବା କ୍ରିଷ୍ଣାକୁ ଦେଖିଲେ ଜଣାପଡ଼େ । କିନ୍ତୁ ପ୍ରକୃତପକ୍ଷେ ସେ ଯୋଜନା ଗରିବ, ଆଦିବାସୀ, ଦିନ ମଜୁରିଆଙ୍କ ପାଇଁ କେବଳ ଉପହାସ ପାଲଟିଛି ବୋଲି ବରିଷ୍ଠ ବଜେପି ନେତା ଦେବଦତ୍ତ ପଟ୍ଟନାୟକ ଓ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ପ୍ରଭୁଦତ୍ତ ଭଟ୍ଟ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com