MANDI-O-MILLER-NKA-MANAMUKHI-KARYA,-CHALICHHI-KATNI-CHHATNI

ଚାଲିଛି କଟନୀ ଛଟନୀ ବେପାର: ମଣ୍ଡି, ମିଲର ମାଲାମାଲ୍

23

ବନ୍ତ,୧୦ ।୧(ଆପ୍ର): ରାଜ୍ୟ ସରକାରଙ୍କ କଡ଼ା ତାଗିଦ୍ ସତ୍ତ୍ୱେ ବନ୍ତ ବ୍ଳକର ବିିଭିନ୍ନ ମଣ୍ଡି ଓ ମିଲ୍ ଗୁଡିକରେ ଚାଲିଛି କଟନୀ ଛଟନୀ ବେପାର । ଫଳରେ ଚାଷୀ ମାନେ ଶୋଷଣର ଶିକାର ହେଉଥିବା ବେଳେ ମଣ୍ଡି ଓ ମିଲରମାନେ ମାଲେମାଲ ହେଉଛନ୍ତି । ପ୍ରକାଶ ଯେ, ଚଳିତ ଖରିଫ ଋତୁରେ ରାଜ୍ୟ ସରକାର ଚାଷୀମାନଙ୍କ ସୁବିଧା ପାଇଁ କଟନୀ ଛଟନୀ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ଏପରିକି କୌଣସି ମଣ୍ଡିରେ ଚାଷୀମାନଙ୍କ ଠାରୁ ଆଦୌ କଟନୀ କରାନଯିବା ପାଇଁ କଡା ନିଦେ୍ର୍ଦଶ ହୋଇଥିଲା । ଯଦି କୌଣସି ମଣ୍ଡି କିମ୍ବା ମିଲର ଚାଷୀମାନଙ୍କ ଧାନରୁ କଟନୀ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିଦେ୍ର୍ଦଶନାମା ଜାରି ହୋଇଥିଲା । ମାତ୍ର ସରକାରଙ୍କ କଡା ନିଦେ୍ର୍ଦଶ ସତ୍ତ୍ୱେ ଏବେ ବନ୍ତ ବ୍ଲକର ବିଭିନ୍ନ ମଣ୍ଡି ଓ ମିଲ ଗୁଡିକରେ ବେପରୁଆ ଭାବେ କଟନୀ ଛଟନୀ କାର୍ଯ୍ୟ ଜାରି ରହିଛି । ଏଥିପ୍ରତି ଜିଲା ପ୍ରଶାସନ କିମ୍ବା ଯୋଗାଣ ବିଭାଗର କୌଣସି ଅଙ୍କୁଶ ନଥିବାର ଜଣାଯାଇଛି । ବନ୍ତ ବ୍ଳକରେ ବସନ୍ତିଆ, ଚାଇଁପୁର, ଟିଲୋ, ଗଣିଜାଙ୍ଗ, ରାମକୃଷ୍ଣପୁର, କେନ୍ଦୁଆପଦା, ସେଣ୍ଢତୀରା, ପଧାନପଡା, ପୁରୁଷଣ୍ଢ, କାଦବରାଙ୍ଗ, ସରମରା ଆଦି ସେବା ସମବାୟ ସମିତି ଗୁଡିକରେ ଧାନମଣ୍ଡି ଖୋଲା ଯାଇଛି । ଏସମସ୍ତ ସମିତି ଗୁଡିକରୁ ବିଭିନ୍ନ ମିଲରମାନେ ଧାନ ଉଠାଉଛନ୍ତି । ବିଭିନ୍ନ ମଣ୍ଡିରେ ଚାଷୀମାନେ ଧାନ ଦେଉଥିବା ସମୟରେ ମିଲରମାନେ ମନଇଛା ୫କିଗ୍ରାରୁ ୧୦ କିଗ୍ରା ଧାନ କଟନୀ କରୁଛନ୍ତି । ଏହାକୁ ନେଇ ବିଭିନ୍ନ ମଣ୍ଡିରେ ଗଣ୍ଡଗୋଳ ଓ ଅସନ୍ତୋଷ ପ୍ରକାଶ ପାଉଛି । ଧାନରେ କଟନୀ ନହେଲେ ମଣ୍ଡିରୁ ଧାନ ନନେବା ପାଇଁ ମିଲରମାନେ ମଧ୍ୟ ଧମକ ଦେଉଛନ୍ତି । ସମସ୍ତ ମଣ୍ଡିରେ ମିଲରମାନଙ୍କ ସଲାସୁତରାରେ ଏହି କଟନୀ ବେପାର ଚାଲିଥିବା ଅଭିଯୋଗ ହେଉଛି । କେବଳ ଲୋକ ଦେଖାଣିଆ ଭାବେ ମିଲରମାନେ କଟନୀ କରୁଛନ୍ତି ବୋଲି ମଣ୍ଡି କର୍ତ୍ତୃପକ୍ଷମାନେ ସଫେଇ ଦେଉଛନ୍ତି । ଅପରପକ୍ଷେ ମଣ୍ଡି ଓ ମିଲରଙ୍କ ମଧୁଚନ୍ଦି୍ରକାରେ ସାଧାରଣ ଚାଷୀମାନେ ବଳି ପଡୁଥିବାର ଦେଖାଯାଉଛି । ତେବେ ରାଜ୍ୟ ସରକାର ଚାଷୀମାନଙ୍କର ଏହି ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com