photo-3

ଚଣ୍ଡିଖୋଲ ଟ୍ରାଫିକ ସମସ୍ୟା ହମ୍ପ୍ସରେ ସୀମିତ

20

ବଡ଼ଚଣା(ଆପ୍ର): ୩ଟି ଜାତୀୟ ରାଜପଥର ସଂଯୋଗସ୍ଥଳ ଚଣ୍ଡିଖୋଲ ଛକର ଟ୍ରାଫିକ ସମସ୍ୟା ସୁଧାରିବାକୁ ପ୍ରଶାସନର ଆନ୍ତରିକତା ନାହିଁ । ଫଳରେ ଛୋଟମୋଟ ଦୁର୍ଘଟଣା ନୀତିଦିନ ଘଟିବାରେ ଲାଗିଛି । ଟ୍ରାଫିକ ସମସ୍ୟା ସୁଧୁରିବାକୁ ଚଣ୍ଡିଖୋଲରେ ଦୁଇ ଦୁଇ ଥର ଏସ୍ପି ଚରଣ ସିଂ ମୀନା ଅଧ୍ୟକ୍ଷତାରେ ବୈଠକ ବସିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମସ୍ୟାରେ ରହିଗଲା । ଏସ୍ପିଙ୍କ ବ୍ୟତୀତ ବୈଠକରେ ସ୍ଥାନୀୟ ବିଧାୟକ, ଜାତୀୟ ରାଜପଥର ପ୍ରୋଜେକ୍ଟ ଡାଇରେକ୍ଟରଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇ ସମସ୍ୟା ସମାଧାନରେ ନିଜ ନିଜର ମତ ରଖିଥିଲେ । ସେପ୍ଟେମ୍ବର ୧୦ରେ ବସିଥିବା ବୈଠକରେ ମୁଖ୍ୟତଃ ୯ଟି ଦାବୀ ଉପରେ ଆଲୋଚନା ହୋଇ ୧୫ଦିନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦାବି ଗୁଡ଼ିକ ପୂରଣ କରିବାକୁ ବୈଠକରେ ଉପସ୍ଥିତ ଥିବା ଜାତୀୟ ରାଜପଥ ଆଞ୍ଚଳିକ ଅଧିକାରୀ ଜିଲ୍ଲା ଏସ୍ପି ନିଦେ୍ର୍ଦଶ ଦେଇଥିଲେ । ଇତି ମଧ୍ୟରେ ୬ମାସ ସବିତିଯାଇଥିଲେ ସୁଦ୍ଧା ଜାତୀୟ ରାଜପଥର ଟ୍ରାାଫିକ ପଏଣ୍ଟ୍ର ଉଭୟ ପାଶ୍ୱର୍ରେ ହମ୍ପ୍ସ ନିର୍ମାଣ କରି ପ୍ରଶାସନ ତାର ଦାୟିତ୍ୱ ସାରିଦେଇଥିବା ଜଣାଯାଇଛି ।
ଟ୍ରାଫିକ ସମ୍ୟସା ସୁଧୁରିବାକୁ ଜିଲ୍ଲାର ଏକମାତ୍ର ଟ୍ରାଫିକ ଥାନା ଚଣ୍ଡିଖୋଲରେ ଥିଲେ ସୁଦ୍ଧା କର୍ମଚାରୀ ଅଭାବରୁ ଟ୍ରାଫିକ୍ ପୋଷ୍ଟରେ ୨୪ ଘଣ୍ଟିଆ ଡୁ୍ୟଟି ହେଉ ନଥିବା ଦେଖା ଦେଇଛି । ପୂର୍ବରୁ ଏହି ଟ୍ରାଫିକ ସମସ୍ୟା ନେଇ ବହୁବାର ସ୍ଥାନୀୟ ଜନସାଧାରଣ ଓ ଲୋକପ୍ରତିନିଧି ଜାତୀୟ ରାଜପଥକୁ ବନ୍ଦ କରିବା ସହିତ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ । ପ୍ରଶାସନ ପକ୍ଷରୁ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦିଆଯାଇ ଆନେ୍ଦାଳନକୁ ପ୍ରଶମିତ କରି ଦିଆଯାଇଥିଲା । ଏବେ ପୁନର୍ବାର ଛୋଟ ମୋଟ ଦୁର୍ଘଟଣା ଘଟୁଥିବାରୁ କେତେବେଳେ ଏହା ଜନ ଅସନନ୍ତୋଷର ରୂପ ନେବ ତାହା ସମୟ କହିବ । ଗତକାଲି ସନ୍ଧ୍ୟା ସମୟରେ ଏକ ଦଶଚକିଆ ଟ୍ରକ ଏକସାଇକେଲ ଆରୋହୀକୁ ଧକ୍କାଦେବା ଫଳରେ ସୌଭାଗ୍ୟ କ୍ରମେ ସାଇକେଲ ଆରୋହୀ ଜଣକ ମୃତୁ୍ୟ ମୁଖରୁ ବର୍ତ୍ତି ଯାଇଥିଲେ । ସବୁଠାରୁ କୌତୁହଳପୂର୍ଣ୍ଣ ଘଟଣା ଏହି କି ଯେ ଯେତେସବୁ ଦୁର୍ଘଟଣା ଘଟିଛି ତନ୍ମଧ୍ୟରୁ ଅଧିକାଂଶ ଦୁର୍ଘଟଣା ଟ୍ରାଫିକ ପଏଣ୍ଟ୍ ନିକଟରେ ହିଁ ଘଟିଥିବାର ନଜିର ରହିଛି ।

ସେଆର କରନ୍ତୁ:



Powered by odothemes.com