Mahilla-Samabesh

ଘରେ ଘରେ ଶଙ୍ଖ: ମହିଳାଙ୍କ ଭାଗିଦାରୀ ଅଧିକ

9

ବେତନଟୀ, ୧୬ ।୩(ଆପ୍ର): ଆଜି ବେତନଟୀ ଜାତୀୟ ରାଜପଥ ଡାକବଙ୍ଗଳାରେ ଯୁବ କ୍ରୀଡାବିତ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫ୍ୟାନ ଲଲାଟେନ୍ଦୁ ବେହେରା ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଥିଲେ । ସଂପ୍ରତି ବଡସାହି ନିର୍ବାଚନ ମଣ୍ଡଳୀରେ ଘରେ ଘରେ ଶଙ୍ଖ ଓ ପୁଣି ଆଉ ଥରେ ନବୀନ କାର୍ଯ୍ୟକ୍ରମର ସେ ନେତୃତ୍ୱ ନେଇ କରୁ ଥିବାର ସୂଚନା ଦେଇ ଥିଲେ । ଏହି କାର୍ଯ୍ୟକ୍ରମ ଗୁଡିକରେ ମହିଳା ମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିଜର ଆସ୍ଥା ପ୍ରକଟ କରିବା ସହିତ ପୁଣି ଥରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବାର ସଂକଳ୍ପ ନେଇ ଥିବାର ଜଣା ପଡିଛି । ବଡସାହି ନିର୍ବାଚନ ମଣ୍ଡଳୀର ବେତନଟୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଗ୍ରିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିପୁଳ ସମର୍ଥନ ମିଳି ଥିବାର ସୂଚନା ଦେଇ ଥିଲେ । ସେହିପରି ବୀରେଶ୍ୱରପୁରରେ ଯୁବ କ୍ରୀଡାବିତ ଲଲାଟେନ୍ଦୁ ବେହେରାଙ୍କ ନେତୃତ୍ୱରେ ପୁଣି ଆଉ ଥରେ ନବୀନ ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଲଲାଟେନ୍ଦୁ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାବେରୀ ବେହେରା, ଶାନ୍ତିଲତା ରାଉତ, ବାସନ୍ତୀ ସିଂ, ଜେକେ ସାହୁ, ଅଭୟ କୁମାର ବେହେରା, ରମେଶଚନ୍ଦ୍ର ଡୋଗ୍ରା, ବିପ୍ଳବ ବେହେରା, ମାନସ କୁମାର ପରିଡା, ତୁଷାର ଗନ୍ତାୟତ, କାନ୍ଦରା ସିଂ, ଶତ୍ରୁଘ୍ନ ସିଂ ଓ ଅନ୍ୟମାନେ ଯୋଗ ଦେଇ ଥିଲେ ।

ସେଆର କରନ୍ତୁ:



Powered by odothemes.com