utkalamani-gopabandhunka-sradhadibasa-palita-(6)

ଗୋପବନ୍ଧୁ ଥିଲେ ଗରିବର ବନ୍ଧୁ: ମୁଖ୍ୟମନ୍ତ୍ରୀ

96

କଟକ,୨୪ା୬(ବୁ୍ୟରୋ): ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସଂଗ୍ରାମର ପ୍ରତୀକ ଥିଲେ । ସାରା ଜୀବନ ସେ ଏ ଜାତି ପାଇଁ ଉତ୍ସର୍ଗ କରିଥିଲେ । ଜାତିର ବିକାଶ ତାଙ୍କ ଜୀବନର ବ୍ରତ ଥିଲା । ଗରିବର ସେ ଥିଲେ ଶ୍ରେଷ୍ଠ ବନ୍ଧୁ । ତାଙ୍କ ପରି ବିରଳ ବ୍ୟକ୍ତିତ୍ୱ ଆଜିର ସମାଜରେ ଅତ୍ୟନ୍ତ ବିରଳ । ଗରିବଙ୍କ ସ୍ୱାର୍ଥ ପାଇଁ ସେ ‘ସମାଜ’ ଖବରକାଗଜ ପ୍ରତିଷ୍ଠା କରିଥିଲେ । ଏହା ଆଜି ଏକ ବିରାଟ ଦ୍ରୁମରେ ପରିଣତ ହୋଇଛି । ‘ସମାଜ’ ଏକ ଖବରକାଗଜ ନୁହେଁ, ସଚେତନ ନାଗରିକଙ୍କ ସ୍ୱର ବୋଲି ସହିଦ୍ ଭବନରେ ଶନିବାର ଅପରାହ୍ଣରେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୮୯ତମ ଶ୍ରାଦେ୍ଧାତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ଉକ୍ରଳମଣି ଦେଶର ବିକାଶ ପାଇଁ ଯତ୍ନଶୀଳ ଥିଲେ । ଏବେ ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ଘଟିଛି । ଦେଶ ଓ ରାଜ୍ୟର ଉନ୍ନତି ହୋଇଛି । ଆମେ ମଧ୍ୟ ବିକାଶ ସହିତ ତାଳ ଦେଇ ଆଗକୁ ଚାଲିଛୁ । ବର୍ତ୍ତମାନ ବିକାଶ ସହିତ ଆଧୁନିକ ମୂଲ୍ୟବୋଧର ଅବକ୍ଷୟ ଚିନ୍ତାଜନକ ହୋଇଛି । ଏ ଦିଗରେ ସଚେତନ ହୋଇ କାର୍ଯ୍ୟ କରିବାକୁ ସେ ଯୁବପିଢ଼ିକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତ ଭାବେ ପଦ୍ମଶ୍ରୀ ପ୍ରତିଭା ରାୟ କହିଲେ, ସମାଜସେବା, ସାହିତ୍ୟ, ରାଜନୀତିରେ ଗୋପବନ୍ଧୁ ପାରଦର୍ଶିତା ରହିଥିଲା । ଜାତୀୟ ଚେତନା ଉଦ୍‌ଭାସିତ କରିବା ତାଙ୍କ ସାହିତ୍ୟର ବିଶେଷତ୍ୱ । ଗାନ୍ଧିଜୀ ବିଦେଶରୁ ଦେଶର ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବା ପୂର୍ବରୁ ଓଡ଼ିଶାରେ ଗୋପବନ୍ଧୁ ଶିକ୍ଷା, ସମାଜ ସଂସ୍କାର ସହିତ ଅନେକ କ୍ଷେତ୍ରରେ କାର୍ଯ୍ୟକରି ବେଶ ସଫଳତା ପାଇଥିଲେ ।
ଉକ୍ରଳମଣିଙ୍କୁ ଏ ଜାତି ଉପଯୁକ୍ତ ସମ୍ମାନ ଦେଇପାରିନାହିଁ । ରବୀନ୍ଦ୍ରନାଥ ଠାକୁର, ମହାତ୍ମା ଗାନ୍ଧି, ସୁଭାଷ ବୋଷ ଜାତୀୟସ୍ତରର ମାନ୍ୟତା ପାଇଥିଲେ ମଧ୍ୟ ଗୋପବନ୍ଧୁଙ୍କ ଏ ପର୍ଯ୍ୟନ୍ତ ତାହା ମିଳିପାରିନାହିଁ । ରାଜ୍ୟ ସରକାରଙ୍କ ସହିତ ଲୋକସେବକ ମଣ୍ଡଳ ଏ ଦିଗରେ କାର୍ଯ୍ୟକରିବାକୁ ସେ ଆହ୍ୱାନ ଦେଇଥିଲେ । ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିବା ଏହି ଯଶସ୍ୱୀଙ୍କ ଲେଖା କେବଳ +୨ ପାଠ୍ୟକ୍ରମ ମଧ୍ୟରେ ସୀମିତ ରହିଛି । +୩ ଓ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଗୋପବନ୍ଧୁଙ୍କ ଲେଖା ପାଠ୍ୟପୁସ୍ତକରେ ସାମିଲ ହେବା ଦିଗରେ ସରକାର ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଥିଲେ । ସମ୍ମାନିତ ଅତିଥିଭାବେ ‘ନିଉଜ ୱାର୍ଲଡ ଇଣ୍ଡିଆ’ର ପରିଚାଳନା ସମ୍ପାଦକ ଡଃ ଅନିଲ ରାୟ ଯୋଗଦେଇ ବର୍ତ୍ତମାନ ଛାପା ଗଣମାଧ୍ୟମ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହୋଇଛି । ଏହି ପ୍ରତିଦ୍ୱନ୍ଦ୍ୱିତା ବଜାରରୁ ଦୂରେଇ ରହି ‘ସମାଜ’ ତାର ନିଜ ପ୍ରତିଷ୍ଠାତାଙ୍କ ଆଦର୍ଶକୁ ବଜାୟ ରଖିବା ଗୌରବର ବିଷୟ ବୋଲି କହିଥିଲେ । ଲୋକଙ୍କ ସ୍ୱର ସରକାରଙ୍କ ନିକଟରେ ପହଞ୍ଚାଇବାରେ ‘ସମାଜ’ ଏବେ ବି ଆଗରେ ରହିଥିବା କହିଥିଲେ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ‘ସମାଜ’ ପରିଚାଳନା ମଣ୍ଡଳୀର ସଭାପତି ଦୀପକ ମାଲବ୍ୟ କହିଲେ, ଉକ୍ରଳମଣି ସମାଜର ବିକାଶ ପାଇଁ ସମାଜ ପ୍ରତିଷ୍ଠା କରିଥିଲେ । ଆଜି ବି ‘ସମାଜ’ ତାର ଆଦର୍ଶରୁ ବିଚୁ୍ୟତ ହୋଇନାହିଁ । ଓଡ଼ିଶାବାସୀଙ୍କ ଭଲ ପାଇବା ଓ ବିଶ୍ୱାସକୁ ନେଇ ‘ସମାଜ’ ଆଗକୁ ବଢିଚାଲିଛି । ଲୋକଙ୍କର ଏହି ଭଲପାଇବା ଓ ସ୍ନେହ ‘ସମାଜ’ ପ୍ରତି ସବୁଦିନ ପାଇଁ ଅତୁଟ ରହିଥିବ ବୋଲି ସେ ଆଶାପ୍ରକାଶ କରିଥିଲେ ।
‘ସମାଜ’ ପରିଚାଳନା ମଣ୍ଡଳୀର ସମ୍ପାଦକ ଭୀମସେନ ଯାଦବ ଗୋପବନ୍ଧୁ ଯେଉଁ ଲକ୍ଷ୍ୟ ଓ ଉଦେ୍ଦଶ୍ୟ ନେଇ ‘ସମାଜ’ ପ୍ରତିଷ୍ଠା କରିଥିଲେ, ତାହାକୁ ବଜାୟ ରଖିବା ପାଇଁ ଲୋକସେବକ ମଣ୍ଡଳ କାର୍ଯ୍ୟ କରିବ ବୋଲି କହିଥିଲେ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ସ୍ୱାଗତଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ବାମାପଦ ତି୍ରପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ସଂଖ୍ୟା ଓ ପଞ୍ଚସଖା ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ଶ୍ରାଦ୍ଧବାର୍ଷିକୀ ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ଆୟୋଜିତ ‘ଓଜସ୍ୱିନୀ ଓଡ଼ିଶା’ ତର୍କ ପ୍ରତିଯୋଗିତାର ଶ୍ରେଷ୍ଠ ୩ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ନଗଦ ଅର୍ଥରାଶି, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ସକାଳେ ତିଳତର୍ପଣ, ମାଲ୍ୟାର୍ପଣ ଓ ସର୍ବଧର୍ମ ପ୍ରାର୍ଥନାସଭା ଅନୁଷ୍ଠିତ ହୋଇଥିଲା । ସକାଳେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଉଦେ୍ଦଶ୍ୟରେ ଗଡ଼ଧଗଡ଼େଶ୍ୱର ଘାଟରେ ତିଳତର୍ପଣ କରାଯାଇଥିଲା । ସେଠାରେ ବହୁ ବିଶିଷ୍ଟବ୍ୟକ୍ତି ଗୋପବନ୍ଧୁଙ୍କ ରଚିତ ବିଭିନ୍ନ କବିତା ଆବୃତ୍ତିକରି ଶୋଭାଯାତ୍ରାରେ ଗୋପବନ୍ଧୁ ଭବନ ପର୍ଯ୍ୟନ୍ତ ଆସି ଗୋପବନ୍ଧୁବାଗ ପାର୍କସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଗୋପବନ୍ଧୁ ଭବନରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ଅଧ୍ୟକ୍ଷତାରେ ସର୍ବଧର୍ମ ପ୍ରାର୍ଥନାସଭା ଅନୁଷ୍ଠିତ ହୋଇଥିଲା ।

ସେଆର କରନ୍ତୁ:



Powered by odothemes.com