smruti-tume-akshya-at-rabindra-mandap-9

ଗାଳ୍ପିକ ଭାଗୀରଥି ଦାସଙ୍କୁ ‘ସାହିତ୍ୟ ସମ୍ମାନ’, ଗୀତା ପଟ୍ଟନାୟକଙ୍କୁ ‘ସଙ୍ଗୀତ ସମ୍ମାନ’

45

‘ସ୍ମୃତି ତୁମେ ଅକ୍ଷୟ-୨୦୧୬’
ଭୁବନେଶ୍ୱର,(ବୁ୍ୟରୋ): ‘ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍’, ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଖ୍ୟାତ ସଙ୍ଗୀତଜ୍ଞ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ଚତୁର୍ଦ୍ଦଶତମ ଶ୍ରାଦ୍ଧ ଦିବସରେ ‘ଅକ୍ଷୟ ସାହିତ୍ୟ ସମ୍ମାନ’ ଓ ‘ଅକ୍ଷୟ ସଙ୍ଗୀତ ସମ୍ମାନ’ ସାଙ୍ଗକୁ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ ଗାଳ୍ପିକ ଭାଗିରଥି ଦାସଙ୍କୁ ‘ଅକ୍ଷୟ ସାହିତ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଛି । ତାଙ୍କୁ ପୁରସ୍କାର ସ୍ୱରୂପ ୨୫ହଜାର ଟଙ୍କା ଅର୍ଥରାଶି ସହ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଶ୍ରୀ ଦାସ ସମଗ୍ର ଓଡ଼ିଶାର ପାଠକ ସମାଜର ସର୍ବାଧିକ ଜନାଦୃତ ସାରସ୍ୱତ ସ୍ରଷ୍ଟା । ଏହି ସ୍ରଷ୍ଟାଙ୍କର ସୃଷ୍ଟିର ସଂଖ୍ୟା ଅନେକ । ସେଥି ମଧ୍ୟରୁ ପ୍ରକାଶିତ ନାଟକ ୧୫ଖଣ୍ଡ, ପ୍ରକାଶିତ ଉପନ୍ୟାସ ୫୦୦ରୁ ଅଧିକ ଓ ସଫଳ ଚଳଚ୍ଚିତ୍ର ‘ପର ଝିଅ ଘର ଭାଙ୍ଗେନା’ର କାହାଣୀକାର । ପୂର୍ବରୁ କମଳାକାନ୍ତ ମହାପାତ୍ର, ଯଶୋଧରା ମିଶ୍ର, ଦେବଦାସ ଛୋଟରାୟ, ଅଧ୍ୟାପକ ବିଶ୍ୱରଞ୍ଜନ, ଦେବରାଜ ଲେଙ୍କା, ତରୁଣକାନ୍ତି ମିଶ୍ର, ବିଭୂତି ପଟ୍ଟନାୟକ, ପ୍ରତିଭା ରାୟ, ରାମଚନ୍ଦ୍ର ବେହେରା, ଅର୍ଚ୍ଚନା ନାୟକ, ଇତି ସାମନ୍ତ,ସୁଲୋଚନା ଦାସ ଓ ଜୟନ୍ତୀ ରଥ ପ୍ରମୁଖ ‘ଅକ୍ଷୟ ସାହିତ୍ୟ ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି । ସେହିପରି ଏହି ଉତ୍ସବରେ ଓଡ଼ିଶାର ପ୍ରଖ୍ୟାତ ଗାୟିକା ଗୀତା ପଟ୍ଟନାୟକଙ୍କୁ ମଧ୍ୟ ‘ଅକ୍ଷୟ ସଙ୍ଗୀତ ସ୧ାନ’ରେ ସ୧ାନିତ କରାଯାଇଥିଲା । ତାଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା ।
ରାଜ୍ୟ ବୈଷୟିକ ଶିକ୍ଷା ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ମୁଖ୍ୟ ଅତିଥି, ସଂସ୍କୃତି ବିଭାଗ ନିଦେ୍ର୍ଦଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ, ସୁଲେଖିକା ତଥା ‘କାଦମ୍ବିନୀ’ ସମ୍ପାଦକ ଡ. ଇତି ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସାଙ୍ଗକୁ ପ୍ରତିଭାମାନଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ବିଚିତ୍ରାନନ୍ଦ ଦେଓ, ଛନ୍ଦା ମିଶ୍ର, ଦେବାଶିଷ ମହାପାତ୍ର, ଆଦ୍ୟାଶା ଦାସ, ସୌରଭ ନାୟକ, ଗୀତା ପଟ୍ଟନାୟକ, ଇପ୍ସିତା ପଣ୍ଡା, ଶୈଳଭମା, ବରଦା ପଟ୍ଟନାୟକ, ସୋମା କର୍ମକାର, ଶୁଭେନ୍ଦ୍ର ନାୟକ ପ୍ରମୁଖ ସଙ୍ଗୀତ ସନ୍ଧ୍ୟାରେ ଅକ୍ଷୟ ସଙ୍ଗୀତ ଗାନ କରିଥିଲେ । ଏଥିସହିତ ରାକେଶ ବିଶ୍ୱାଳ ଭାଓଲିନ୍, ଅର୍ଣ୍ଣବ ମିଶ୍ର କିବୋର୍ଡ, ଲଳିତ ଦାସ ସାକ୍ସୋଫୋନ୍ ବଜାଇ ବିଭିନ୍ନ ଧୂନ୍ ଶୁଣାଇଥିଲେ । ଶିଳ୍ପୀମାନଙ୍କୁ ବାଦ୍ୟଯବ କିବୋର୍ଡରେ ବରଦା, ବବ୍ଲୁ, ଗୀଟାର୍ରେ ଏମ୍. କିରଣ କୁମାର, ତବଲାରେ କୁନୁ, ଢ଼ୋଲକରେ ବାପି, ପ୍ୟାଡରେ ବସନ୍ତ ତିଆଡ଼ି, ସଙ୍ଗୀତ ସଂଯୋଜନାରେ ସହଯୋଗ କରିଥିଲେ ଅବନୀକାନ୍ତ ଦାସ । କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଇଂ. ଶ୍ରୀନିବାସ ଘଟୁଆରୀ । ‘ସଂସ୍କୃତି ଓ ସଂସ୍କୃତି’ର ସଭାପତି ପ୍ରଦୋଷ ପଟ୍ଟନାୟକ ସଭାରେ ପ୍ରାର ମ୍ଭିକ ଭାଷଣ ରଖିଥିଲାବେଳେ ସମ୍ପାଦକ ଦିଲ୍ଲୀପ ହାଲି ଧନ୍ୟବାଦ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com