CHORA-MADA-BEPARI---2019-PHOTO-TIHIDI

ଗଛରେ ବାନ୍ଧି ମଦ ବେପାରୀଙ୍କୁ ପିଟିଲେ

26

ପୁଲିସ ଓ ଅବକାରୀ ବିଭାଗ ଚୁପ୍
ତିହିଡି, ୧୦ା୨(ଆପ୍ର): ବିଷାକ୍ତ ମଦ କାରବାରରେ ଗାଁର ଜଣେ ଯୁବକଙ୍କ ପ୍ରାଣ ଗଲା । ତଥାପି ବି ଅବକାରୀ ଓ ପୁଲିସ ବିଭାଗ ନିଦାବିଷ୍ଣୁ ପାଲଟିଲେ । ଥରକୁ ଥର ସଚେତନତା ସଭା ହେଲା ଯେ ଗାଁରେ ମଦ କାରବାର କେହି କରନ୍ତୁ ନାହିଁ । ଏପରିକି ଗତକାଲି ଏକ ବିଶାଳ ଶୋଭାଯାତ୍ରା ବି ହେଲା ଗାଁ ଦାଣ୍ଡରେ ପଞ୍ଚାୟତର ସରପଞ୍ଚଙ୍କ ସଭାପତିତ୍ୱରେ । ତଥାପି ମଦ ବେପାରୀ ଚେତିଲେ ନାହିଁ । ପୂର୍ବରୁ ଲାଭ ଖାଇ ଆସିଥିବା ୪ ଜଣ ମଦ ବେପାରୀ ନିଜ ମଦ କାରବାର ଚରଦିଆ ବଜାର ଓ ଘାଟ ନିକଟରେ ପସରା ମେଲାଇଥିଲେ । ଏହି ଖବର ଆଜି ଗାଁ ମହିଳାଙ୍କ ନିକଟରେ ପହଁଞ୍ଚି ଥିଲା । ପୂର୍ବ ଭଳି ଆଜି ବେଆଇନ ଭାବେ ଗାଁ ମଧ୍ୟରେ ଚୋରା ମଦ କାରବାର କରୁଥିବା ଅଭିଯୋଗରେ ସୁଶାନ୍ତ ପରିଡା ସମେତ ତାଙ୍କ ସ୍ତ୍ରୀ ଓ ଶଳାଙ୍କୁ ଧରି ସ୍ଥାନୀୟ ଶତାଧିକ ମହିଳା ଗଛରେ ବାନ୍ଧି ପକାଇଥିଲେ । ଖବର ପାଇ ବାଂଶଡା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ମହିଳା ମାନଙ୍କ କବଜାରୁ ଏହି ମଦ ବେପାରୀଙ୍କୁ ଉଦ୍ଧାର କରିବା ସହ ୧୮୦ ଗା୍ରମ ଲେଖାଏଁ ଓଜନର ୪୯ ବୋତଲ ମଦ ଜବତ କରିଥିବା ପୁଲିସ କହିଛି । ଏନେଇ ୨୭/୧୯ ରେ ବାଁଶଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ପହଁଞ୍ଚି ଏହାର ନୀରପେକ୍ଷ ତଦନ୍ତ କରାଯାଇ ପୁଲିସ ସହାୟତାରେ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯିବା ନିମନ୍ତେ ପ୍ରତିଶୃତି ଦେବାପରେ ମହିଳା ମାନେ ଶାନ୍ତ ପଡିଥିଲେ । ଚରଦିଆ ପଞ୍ଚାୟତରେ ଆଗରୁ ବହୁବାର ମଦବିରୋଧି ଆନେ୍ଦାଳନ କରାଯାଇଥିଲେ ମଧ୍ୟ ପୁଲିସ ପକ୍ଷରୁ କୈାଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ।

ସେଆର କରନ୍ତୁ:



Powered by odothemes.com