bjd

କୋଷ୍ଟାଲ୍ ହାଇୱେକୁ ନେଇ ବିବାଦ ତେଜିଲା

30

ଧର୍ମେନ୍ଦ୍ର ଅଭ୍ୟାସଗତ ମିଛୁଆ: ବିଜେଡି
ଭୁବନେଶ୍ୱର, ୧୩ା୨(ବୁ୍ୟରୋ): କୋଷ୍ଟାଲ ହାଇୱେ (ଉପକୂଳ ରାଜପଥ) ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡି ଟାର୍ଗେଟ୍ କରିଛି । ବିଜେଡିର ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରକଳ୍ପ ଓଡ଼ିଶାବାସୀଙ୍କୁ ଏକ ପ୍ରତାରଣା, ଧୋକା ବୋଲି ଅଭିହିତ କରିବା ସହ ଏଥିରେ ଆନ୍ତରିକତା କମ୍ ଓ ରାଜନୀତି ବେଶି ବୋଲି ମତ ଦେଇଛି । ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣେ ଅଭ୍ୟାସଗତ ମିଛୁଆ ବୋଲି ଦଳ ବର୍ଣ୍ଣନା କରିଛି ।
ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା କହିଛନ୍ତି ଯେ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରକଳ୍ପ ଗୋପାଳପୁରରୁ ଦିଘା ପର୍ଯ୍ୟନ୍ତ ତକ୍ରାଳୀନ ସଡ଼କ ପରିବହନ ମନ୍ତ୍ରୀ ନୀତୀନ୍ ଗଡ଼କରୀ ୨୦୧୫ ଜୁଲାଇ ୯ ତାରିଖରେ ପିପିଲି ଟୋଲଗେଟ୍ ଉଦ୍ଘାଟନ ସମୟରେ କହିଥିଲେ । ସେ କହିଥିଲେ ଯେ ଭୁବନେଶ୍ୱର-ପୁରୀ ୪ ଲେନ୍ ରାସ୍ତା ୨୦୧୧ରୁ ନିର୍ମାଣ ହୋଇ ୨୦୧୫ରେ ସରିଛି । ୬୭.୨ କିମି. ଏହା ପରିବ୍ୟାପ୍ତ । ଶ୍ରୀ ଗଡ଼କରୀ ମଧ୍ୟ ଚନ୍ଦନପୁର-ରାମେଶ୍ୱର ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ ଭାବେ ଘୋଷଣା କରି ଖୁବ୍ ଶୀଘ୍ର ଏହାର ଉନ୍ନତିକରଣ ହେବ ବୋଲି ପ୍ରକାଶ କରିଥିଲେ । ଦୁର୍ଭାଗ୍ୟର କଥା ପୁରୀରୁ ଭୁବନେଶ୍ୱର ମଙ୍ଗଳାଘାଟ ଦେଇ ଷ୍ଟର୍ଲିଂ ପର୍ଯ୍ୟନ୍ତ ପ୍ରସ୍ତାବିତ ରାସ୍ତା ଆଜିବି ପୂର୍ଣ୍ଣାଙ୍ଗ ହେଲା ନାହିଁ । ଏହି ସଭାରେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି କୋଷ୍ଟାଲ ହାଇୱେ, ଚନ୍ଦନପୁର-ରାମେଶ୍ୱର ଜାତୀୟ ରାଜପଥ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ । ଇତିମଧ୍ୟରେ ମହାପ୍ରଭୁଙ୍କ ୨୦୧୫ ନବକଳେବର, ୨୦୧୬, ୨୦୧୭ ଓ ୨୦୧୮ ତିନୋଟି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଘୋଷିତ କାର୍ଯ୍ୟକ୍ରମଗୁଡ଼ିକ ଏପର୍ଯ୍ୟନ୍ତ ହେଲା ନାହିଁ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମନ୍ତ୍ରୀ ୨୦୧୮ ଜୁନ୍ ୭ରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପୂର୍ବରୁ କୋଷ୍ଟାଲ ହାଇୱେ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ଦୁର୍ଭାଗ୍ୟର କଥା ବହୁ ପ୍ରଚାରିତ ଏହି ପ୍ରକଳ୍ପ ପାଇଁ ରାଜ୍ୟରେ ବିଭିନ୍ନ ସ୍ତରରେ ଦାବି ଉପସ୍ଥାପିତ ହେଲା । ୨୦୧୮ ନଭେମ୍ବର ୮ ତାରିଖ ଦିନ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ଶିଶୁମୋହନ ରାଜ୍ୟର ସଦସ୍ୟ ସଚିବଙ୍କୁ ପତ୍ର ମାଧ୍ୟମରେ ସିଆର୍ଜେଡ୍ ଅନୁମୋଦନ ପାଇଁ ପତ୍ର ପଠାଇବାର ଦୁଇଦିନ ପରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ କୋଷ୍ଟାଲ ହାଇୱେ ଓଡ଼ିଶା ଅର୍ଥନୀତିର ଜୀବନରେଖା, ଏହାକୁ ଆଗେଇବାକୁ ସରକାରଙ୍କ ଆନ୍ତରିକତା ନାହିଁ । ରାଜ୍ୟ ସରକାର ଜଙ୍ଗଲ ପରିବେଶ ଅନୁମତି ଦେଉନାହାନ୍ତି ବୋଲି ଅଭିଯୋଗ କରିଥିଲେ ।
ଶ୍ରୀ ଦାସବର୍ମା କହିଛନ୍ତି ଯେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରକଳ୍ପ ନିଦେ୍ର୍ଦଶକ ୨୦୧୮ ଅକ୍ଟୋବର ୧୧ ତାରିଖରେ ବିଭିନ୍ନ ଅଧିକାରୀମାନଙ୍କୁ ଚିଠି ଲେଖି ପ୍ରକଳ୍ପରେ ସହଯୋଗ କରିବାକୁ ଜଣାଇଛନ୍ତି । ଜାତୀୟ ରାଜପଥ ଭୁବନେଶ୍ୱର କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ଗୋପାଳପୁର-ଦିଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ପ୍ରକଳ୍ପ ଲାଗି ଚୈତନ୍ୟ ପ୍ରୋଜେଷ୍ଟ କନ୍ସଲ୍ଟାନ୍ସିକୁ ଡିପିଆର୍ ପ୍ରସ୍ତୁତ ପାଇଁ ଦାୟିତ୍ୱ ଦିଆଯାଇଛି । ଉକ୍ତ ପ୍ରକଳ୍ପର ଆଲାଇନ୍ମେଣ୍ଟ ସ୍ଥିର ହୋଇନାହିଁ । କେଉଁ ଜମି ଅଧିଗ୍ରହଣ କରାଯିବ, ନିଷ୍ପତ୍ତି ହୋଇନାହିଁ । କୋଷ୍ଟାଲ ହାଇୱେ ଅତିକ୍ରମ କରୁଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାର ଯେଉଁ ଜମି ଅଧିଗ୍ରହଣ କରାଯିବ, ସେ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇନାହାନ୍ତି । ହେଲେ ବାସ୍ତବ ତଥ୍ୟକୁ ଅନୁଧ୍ୟାନ କରି କେନ୍ଦ୍ର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପି ନେତାମାନେ ଭୁଲ୍ ତଥ୍ୟ ଓ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ପ୍ରସ୍ତାବିତ ପ୍ରକଳ୍ପର ମୁଖ୍ୟ ଉଦେ୍ଦଶ୍ୟ ହେଲା ରାସ୍ତାକୁ ବନ୍ଦର ସହ ଯୋଡ଼ିବା, ବାତ୍ୟାପ୍ରବଣ ଅଞ୍ଚଳକୁ ସୁରକ୍ଷିତ ରଖିବା ଓ ପର୍ଯ୍ୟଟନର ବିକାଶ କରିବା । କିନ୍ତୁ ଦୁର୍ଭାଗ୍ୟର କଥା କେନ୍ଦ୍ର ସରକାର ଏନ୍ଏଚ୍ଏଆଇକୁ ସାତପଡ଼ାରୁ ପୁରୀ, କୋଣାର୍କରୁ ଅସ୍ତରଙ୍ଗ, ଧାମରାରୁ ତଳସାରି ଚମ୍ପାପୁର ପର୍ଯ୍ୟନ୍ତ ରାଜ୍ୟ ଦେଇଥିବା ପ୍ରସ୍ତାବ ଉପରେ ପଦକ୍ଷେପ ନେଇନାହାନ୍ତି । ସମୁଦ୍ରକୂଳରୁ ୫ ଶହ ମିଟର ସିଆର୍ଜେଡ୍ ଲାଇନ୍କୁ ବାଦ୍ ଦେଇ ତଟ୍ଟବର୍ତ୍ତୀଅଞ୍ଚଳରେ ରାଜପଥ ନିର୍ମାଣ କରିବା ପାଇଁ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଯୁକ୍ତ କନ୍ସଲ୍ଟାନ୍ସି ଆଲାଇନ୍ମେଣ୍ଟ ପ୍ଲାନ୍ ପ୍ରସ୍ତୁତ କରିଥିଲା । ପରବର୍ତ୍ତୀ ସମୟରେ ଏହାକୁ ବଦଳାଇ ପୁରୀ-ସାତପଡ଼ା, କୋଣାର୍କ-ଅସ୍ତରଙ୍ଗ, ଧାମରା-ତଳସାରି ଚମ୍ପାପୁର ପର୍ଯ୍ୟନ୍ତ ଓ ପୁରୁଣା ରାସ୍ତାକୁ ପ୍ରଶସ୍ତ କରି କେବଳ ଉପକୂଳ ରାଜପଥର ନାମ ଦେବା ଓଡ଼ିଶାବାସୀଙ୍କୁ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଗୋଟିଏ ନିର୍ବାଚିତ କେନ୍ଦ୍ର ସରକାରର ବଡ଼ ଧୋକା । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମିଛର ଆଶ୍ରୟ ନେଇ ନିଜ ରାଜନୈତିକ ପତିଆରା ଜାହିର କରିବା ପାଇଁ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କୁ ବ୍ୟବହାର କରୁଛନ୍ତି ବୋଲି ଶ୍ରୀ ଦାସବର୍ମା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ବିଜୟ ନାୟକ, ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com