ବରୀ(ଆପ୍ର): ବରୀ ବ୍ଲକ୍ କୃଷ୍ଣନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଦୀର୍ଘ ୧୮ବର୍ଷ ହେବ କୌଣସି ଡାକ୍ତର ଏଠାରେ ନିଯୁକ୍ତି ପାଇପାରୁ ନଥିବାରୁ ଠିକ୍ ଭାବେ ସେବା ଯୋଗାଇ ପାରୁନି ସ୍ୱାସ୍ଥ୍ୟକେନ୍ଦ୍ର । ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୭ ପଞ୍ଚାୟତର ଲୋକ ନିର୍ଭରଶୀଳ ଥିବାବେଳେ କୌଣସି ସାମାନ୍ୟ ରୋଗ ପାଇଁ ବରୀ କିମ୍ବା ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୌଡ଼ୁଛନ୍ତି । ଆସନ୍ତା ୫ଦିନ ମଧ୍ୟରେ କୌଣସି ପଦକ୍ଷେପ ନିଆନଗଲେ ବରୀ ବ୍ଲକ୍ର, ଛାତ୍ର, ଯୁବକ ଅନଶନରେ ବସିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି । ସମୀର କୁମାର ରାଉତ, ସୌଭାଗ୍ୟ ରଞ୍ଜନ ଦାସ, ଇଂ ଅମରେଶ ପରିଡା, ସୌମ୍ୟ ରଞ୍ଜନ ବଳ, ଶ୍ରବଣ କୁମାର ଦାସ, ଲୁଲୁ ମଲ୍ଲିକ, ଶ୍ରୀାକାନ୍ତ ବେହେରା, କିଶୋର ଚନ୍ଦ୍ର ମଲ୍ଲିକ, ରାଜେଶ ଦାସ, ରୋହିତ ମଲ୍ଲିକ, ସଞ୍ଜୟ ମହାଳିକ, ଜଟିଆ ଘଡାଇ ସମେତ ବହୁ ଯୁବକ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।
