Chief-Minister-Shri-Naveen-Patnaik-Unveiling-the-Mascot-of-Krushi-Odisha-2019-at-Secretariat-Premises-(1)

କୃଷି ଲୋଗୋ ଉନ୍ମୋଚିତ

28

ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି-୨୦୧୯ ଲୋଗୋକୁ ସଚିବାଳୟରେ ଉନ୍ମୋଚନ କରିଛନ୍ତି । ଆଳୁ ଉତ୍ପାଦନରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ହାସଲ କରିଥିବାରୁ ଲୋଗୋରେ ଏହାକୁ ସ୍ଥାନିତ କରାଯାଇଛି । ଏହି ଲୋଗୋ ଉନ୍ମୋଚନ ଉତ୍ସବରେ କୃଷିମନ୍ତ୍ରୀ ଶଶିଭୂଷଣ ବେହେରା, ସାଂସଦ ତଥାଗତ ଶତପଥୀ, କୃଷିବିଭାଗ ପ୍ରମୁଖ ସଚିବ, ଜଳସଂପଦ ବିଭାଗ ଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆସନ୍ତା ୧୫ରୁ କୃଷି ମହୋତ୍ସବ ଆରମ୍ଭ ହେଉଛି । ପାଞ୍ଚ ଦିନ ବ୍ୟାପୀ ଚାଲିଥିବା ଏହି ମହୋତ୍ସବରେ ଚାଷୀଙ୍କ ଆୟକୁ ବହୁଗୁଣିତ କରିବା, କୃଷି ଉଦ୍ୟୋଗୀକରଣ, ଜୈବିକ କୃଷି, ସାମୁଦ୍ରିକ ଓ ମଧୁର ଜଳ ମାଛର ପ୍ରକ୍ରିୟାକରଣ, ଶୀତଳୀକରଣ, ଗୋଦାମ ଗୃହ, କୃଷି ଯାନ୍ତ୍ରିକକରଣ, କୃଷିକ୍ଷେତ୍ରରେ ଦକ୍ଷତା ବୃଦ୍ଧି, ମସଲା ଓ ସୁଗନ୍ଧଜାତ ଦ୍ରବ୍ୟର ବଜାର ସଂଯୋଗୀକରଣ ଓ କୃଷିକ୍ଷେତ୍ରରେ ମହିଳାଙ୍କ ଭୂମିକା ଉପରେ ଆଲୋଚନାଚକ୍ରର ବ୍ୟବସ୍ଥା କରାଯାଇଛି । ବହୁଖ୍ୟାତସଂପନ୍ନ ଅଭିଜ୍ଞ ବିଶେଷଜ୍ଞମାନେ ଯୋଗଦେଇ ଆଧୁନିକ ଜ୍ଞାନକୌଶଳ ସଂପର୍କରେ ଆଲୋଚନା କରିବେ । କୃଷକ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ୭ଟି ବିଷୟରେ ମତ ବିନିମୟ ହେବ । ପ୍ରତ୍ୟେକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ପ୍ରଚାରପ୍ରସାର ପାଇଁ, ଦିଲ୍ଲୀ, ପୁରୀ, ବାରିପଦା ଓ ସୁନ୍ଦରଗଡ଼ରେ ରୋଡ଼୍ ଶୋ’ର ଆୟୋଜନ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com