କୁନ୍ଦୁଲି ପୀଡ଼ିତାଙ୍କ ବୟାନ୍ ରେକର୍ଡ

71

କୋରାପୁଟ, ୨୭ା୧୦(ଆପ୍ର): ଜେଏମ୍ଏଫ୍ସି କୋର୍ଟରେ କୁନ୍ଦୁଲି ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ବୟାନ୍ ରେକର୍ଡ କରାଯାଇଛି । ୧୬୪ଧାରାରେ ତାଙ୍କ ବୟାନ ରେକର୍ଡ କରାଯାଇଛି । ତେବେ ସେ ତାଙ୍କ ବୟାନରେ ପୁଲିସ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ପୁଲିସ ଅଯଥାରେ ମୋ ପରିବାର ତଥା ସଂପର୍କୀୟମାନଙ୍କୁ ହଇରାଣ କରୁଛି । ତା’ଛଡା ପୁଲିସ ଅସଲ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ଗିରଫ କରିନାହିଁ । ୪ଜଣ ଯବାନ ତାଙ୍କ ସହ ଦୁଷ୍କର୍ମ କରିଥିଲେ ମଧ୍ୟ ପୁଲିସ ଅସଲ ଅଭିଯୁକ୍ତଙ୍କୁ ଗିରଫ ନକରି ମୋ ଭାଇ, ସାନ ବାପା ଆଦିଙ୍କୁ ଜାଣିଶୁଣି ବାରମ୍ବାର ପଚରାଉଚୁରା କରୁଛି । ଫଳରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁ ଲୋକଙ୍କଠାରୁ ତାଙ୍କୁ ନାନା ଅପବାଦ ଶୁଣିବାକୁ ମିଳୁଛି ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି । ଏଥିପାଇଁ ମାନସିକ ସ୍ତରରେ ଖୁବ୍ ଭାଙ୍ଗିପଡିଥିବା ସେ କହିଛନ୍ତି । ସବୁଠାରୁ ବଡ କଥା ହେଲା ବୟାନ ବଦଳାଇବାକୁ ପୁଲିସ ପକ୍ଷରୁ ତାଙ୍କ ଉପରେ ବାରମ୍ବାର ଚାପ ପଡୁଥିବା ସେ ବୟାନରେ କହିଛନ୍ତି । ତେବେ ପୀଡିତାଙ୍କୁ ତାଙ୍କ ପରିବାର ଲୋକ ଏବେ ଘରକୁ ନେବାକୁ ରାଜି ହେଉନାହାନ୍ତି । ଗୋଟିଏ ଝିଅ ପାଇଁ ୪ ଜଣ ଅସୁବିଧାରେ ପଡୁଛନ୍ତି ବୋଲି ଗାଁ ଲୋକମାନେ ଦର୍ଶାଉଛନ୍ତି । ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ସିଡବ୍ଲୁ୍ୟସିରେ ରଖିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସୁସ୍ଥ ହେବା ପରେ ପୀଡିତା ଆଜି କୋରାପୁଟ୍ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଡିସ୍ଚାର୍ଜ ପରେ ଜେଏମ୍ଏଫ୍ସି କୋର୍ଟରେ ବୟାନ ଦେଇଛନ୍ତି । ତେବେ ଏ ଘଟଣାରୋ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ଯେ ତଦନ୍ତ ପ୍ରକି୍ରୟା ଠିକ୍ ରୂପେ ଚାଲିଛି । ଖୁବ୍ଶୀଘ୍ର ଦୋଷୀମାନେ ଧରା ପଡ଼ିବେ ।

ସେଆର କରନ୍ତୁ:



Powered by odothemes.com