10

କାଳବୈଶାଖୀ, ଯାଜପୁର କ୍ଷତିଗ୍ରସ୍ତ

55

ବରୀ/କେରାଇ(ଆପ୍ର): ଆଜି ସନ୍ଧ୍ୟା ୫.୩୦ରୁ ବରୀ ଅଞ୍ଚଳରେ କାଳ ବୈଶାଖୀ ଘଟି ନାନା କ୍ଷୟକ୍ଷତି ହୋଇଛି । ପ୍ରବଳ ବର୍ଷା ଓ ଝଡ଼ ତୋଫାନରେ କାଇପଡ଼ାଠାରୁ ବରୁହାଁ ପର୍ଯ୍ୟ ରାସ୍ତାରେ ଥିବା ଗଛ ଗୁଡ଼ିକ ଉପୁଡ଼ି ପଡ଼ିବା ସହ ଡାଳ ଗୁଡ଼ିକ ଛିଣ୍ଡି ରାସ୍ତାରେ ପଡ଼ିଛି । ଫଳରେ ଯାତାୟତ ସାମାନ୍ୟ ବ୍ୟାହତ ହୋଇଛି । ବିଦୁ୍ୟତ ତାର ଛିଣ୍ଡି ବିଦୁ୍ୟତ ସରବରାହ ବନ୍ଦ ରହିଛି । ବାଲିଆପାଳ ଛକରେ ଟ୍ରାନ୍ସଫର୍ମର ଛିଣ୍ଡି ତଳେ ପଡ଼ି ଯାଇଥିବାବେଳେ ସେଥିରୁ ତେଲ ବାହାରୁଥିବା ଦେଖିବାକୁ ମିଳିଛି । ଭୁରୁଙ୍ଗା ସମେତ ଅନ୍ୟାନ୍ୟ ଅଞ୍ଚଳରେ ଘରର ଛାତ ଉଡ଼ିଯାଇଥିବା ଦେଖିବାକୁ ମିଳିଛି । କେରାଇରେ କୁଆପଥର ବୃଷ୍ଟି ଓ ପ୍ରବଳ ବର୍ଷା ଚଳିତ ବର୍ଷ ସର୍ବାଧିକ ବର୍ଷା ହାଇଥିଲା । ବିଶେଷକରି ଆଜି ପ୍ରବଳ ବିବାହ ବ୍ରତ ଚାଲିଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ କାଳବେଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ଟେଣ୍ଟ ଓ ତୋରଣ ଭାଙ୍ଗିଯିବା ସହ ପାଣିକୋଇଲି ବଜାରରେ ଜଳ ନିଷ୍କାସନ ହୋଇନପାରି ପାଣିକୋଇଲି କୋରାଇ ରାସ୍ତା ବୁଡ଼ି ପାଣି ଚାଲିବା ସହ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା । ଫଳରେ ବହୁ କ୍ଷତି ହୋଇଥିବା ଜଣାପଡିଛି । ବର୍ଷା ଛାଡିବା ପରେ ବି ଘହଘଡି ବିଜୁଳି ଜାରି ରହିଛି । ବିଦୁ୍ୟତ ସରବରାହ ବନ୍ଦ ଯୋଗୁ ହିନସ୍ତା ଦ୍ୱିଗୁଣିତ ହୋଇପଡିଛି ।

ସେଆର କରନ୍ତୁ:



Powered by odothemes.com