KATINELE-CHANDAN-GACHHA,-JHUMPURA

କାଟି ନେଲେ ଚନ୍ଦନ ଗଛ

7

ବୋହିନେଲେ ଓଜନ କଣ୍ଟା
ଝୁମ୍ପୁରା (ଆପ୍ର): ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ଫାଣ୍ଡି ଅଞ୍ଚଳ ଟାଙ୍ଗରାଣି ଗ୍ରାମ ନିକଟରେ ଥିବା ଆମ୍ବ ବାଗାନରୁ ଗୁରୁବାର ବିଳମ୍ବିତ ରାତ୍ରିରେ ଚୋର ମାନେ ଏକ ଚନ୍ଦନ ଗଛ କାଟିନେବା ସହ ଓଜନ କଣ୍ଟା ଉଠାଇ ନେଇଥିବା ଜଣାପଡିଛି । ଏନେଇ ଆମ୍ବ ବାଗାନ ମାଲିକ ଝୁମ୍ପୁରା ଗ୍ରାମର ମହମ୍ମଦ ଏଖଲାଖ ରହମନ୍ ଲିଖିତ ଅଭିଯୋଗ ପଳାଶପଙ୍ଗା ଫାଣ୍ଡିରେ କରିଥିବା ଜଣାପଡିଛି । ମହମ୍ମଦ ଏଖଲାଖ ରହମନ୍ଙ୍କ ଅଭିଯୋଗ ଅନୁଯାୟୀ କିଛି ଦିନ ତଳେ ସଦର ଥାନା ଅର୍ନ୍ତଗତ ଭାଟୁଣିଆ ଗ୍ରାମର ଛବି ଦେହୁରୀ ଆମ୍ବ ବାଗାନ୍କୁ ଆସି ବାଗାନ ଜଗାରଖା କରୁଥିବା ପରମାନନ୍ଦ ପ୍ରଧାନଙ୍କୁ ବାରମ୍ବାର କହୁଥିଲା ଯେ-ମୋତେ ଏହି ଚନ୍ଦନ ଗଛଟି ଦିଅ ଆଉ କେତେ ଟଙ୍କା ନେବ କୁହ । କିନ୍ତୁ ବାଗାନ ଜଗାରଖା କରୁଥିବା ଶ୍ରୀ ପ୍ରଧାନ ଚନ୍ଦନ ଗଛ ଦେଇ ହେବନାହିଁ ବୋଲି ମନା କରି ଆସୁଥିଲେ । ଚନ୍ଦନ ଗଛ ଏବଂ ଓଜନ କଣ୍ଟା ଚୋରି ଘଟଣା ଘଟିବା ଦିନ ମଧ୍ୟାହ୍ନରେ ଶ୍ରୀ ଦେହୁରୀ ଏକ ଅଜଣା ଲୋକକୁ ସାଙ୍ଗରେ ଆଣି ଆମ୍ବ ବାଗାନରେ ବୁଲାବୁଲି କରୁଥିବା ମାଲିକ ଦେଖିଥିବା ଦର୍ଶାଇଛନ୍ତି । ସେହି ଦିନ ବିଳମ୍ବିତ ରାତ୍ରୀରେ ଚନ୍ଦନ ଗଛ ଏବଂ ଓଜନ କଣ୍ଟା ଚୋରି ହୋଇଥିବାରୁ ଶ୍ରୀ ଦେହୁରୀ ଘଟଣା ଘଟାଇଥିବା ସନେ୍ଦହ ଜାତ ହେଉଛି ବୋଲି ମାଲିକ ମହମ୍ମଦ ଏଖଲାଖ ରହମନ୍ ଫାଣ୍ଡିରେ ଲିଖିତ ଆକାରରେ ଜଣାଇଛନ୍ତି । ପ୍ରକାଶ ଥାଉକି କିଛି ଦିନ ତଳେ ଏହି ବାଗାନ୍ରୁ ଏକ ପାଣି ପମ୍ପ୍ ଚୋରି ହୋଇଥିବା ଫାଣ୍ଡିରେ ଅଭିଯୋଗ ହୋଇଛି କିନ୍ତୁ ଅଦ୍ୟାବଧି ତାର କିଛି ସନ୍ଧାନ ମିଳିପାରି ନାହିଁ । ଖବର ଲେଖା ହେବା ବେଳକୁ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ନଥିବା ଦୁଃଖର ସହ ପ୍ରକାଶ କରିଛନ୍ତି ମାଲିକ ଏଖଲାଖ ରହମନ ।

ସେଆର କରନ୍ତୁ:



Powered by odothemes.com