ଭୁବନେଶ୍ୱର(ବୁ୍ୟରୋ): ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ କଳିଙ୍ଗ ହସ୍ପିଟାଲ ଛକ ଠାରୁ ରେଳ ବିହାର ମଧ୍ୟରେ ଥିବା ବେଆଇନ୍ ଜବରଦଖଲ ଉଚ୍ଛେଦ କରାଯାଇଛି । ରାସ୍ତାର ବାମ ପାଶ୍ୱର୍ରେ ଥିବା ବେଆଇନ୍ ଦୋକାନ ଓ ବାସଗୃହକୁ ଗୁରୁବାର ବିଡିଏ ପକ୍ଷରୁ ଭଙ୍ଗା ଦିଆଯାଇଛି । ସୂଚନା ଅନୁଯାୟୀ ଲୋକଙ୍କ ଯାତାୟତ ପାଇଁ ଥିବା ଫୁଟ୍ପାଥ୍ ଓ ସରକାରୀ ଜମିକୁ ଜବରଦଖଲ କରି ବହୁ ସଂଖ୍ୟକ ବେଆଇନ୍ ନିର୍ମାଣ ହୋଇଥିବାରୁ ତାହାକୁ ଭାଙ୍ଗିବା ପାଇଁ ବିଏମ୍ସି ପକ୍ଷରୁ ସୁପାରିଶ କରାଯାଇଥିଲା । ଆଜି ପୁଲିସ୍ ଉପସ୍ଥିତିରେ ବିଡିଏ ପକ୍ଷରୁ ସେଠାରେ ୨୦ଟି ଘର, ୫ଟି କ୍ୟାବିନ୍ ୨ଟି ପଲିଥିନ୍ ଟଣା ହୋଟେଲକୁ ଭଙ୍ଗାଯାଇଛି । ଆଇନଶୃଙ୍ଖଳା ପରିସ୍ଥିିତି ପାଇଁ ଏକ ପ୍ଲଟୁନ୍ ଏପିଆର ପୁଲିସ ଫୋର୍ସ ଏବଂ ଗୋଟିଏ ସେକ୍ସନ ମହିଳା ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଅପରପକ୍ଷେ ବିଶ୍ୱକପ୍ ହକି ପାଇଁ କଳିଙ୍ଗ ଷ୍ଟାଡିୟମ୍ ଚତୁଃପାଶ୍ୱର୍ରୁ ବେଆଇନ୍ ନିର୍ମାଣ ଭାଙ୍ଗିବା ଅଭିଯାନ ଜାରି ରହିଛି । ଜଗନ୍ନାଥ ବସ୍ତି ନିକଟସ୍ଥ ଷ୍ଟାଡିୟମ୍ର ଗେଟ୍ ନଂ-୬ ପାଖରେ ସରକାରୀ ଜମିକୁ ଜବରଦଖଲ କରି ନିର୍ମାଣ ହୋଇଥିବା ୫୦ରୁ ଅଧିକ ଘର ଓ ଦୋକାନ ସମେତ ଗୋଟିଏ ଓମଫେଡ୍ ବୁଥ୍କୁ ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ ସମୟରେ ଏନ୍ଫୋର୍ସମଣ୍ଟେ ଅଫିସର ପ୍ରମୋଦ ପାତ୍ର ଓ ଲିଆସନିଂ ଅଫିସର ଶୁଭ୍ରାଂଶୁ ଶେଖଣ ମହାନ୍ତିି ପ୍ରମୁଖ ଉପସ୍ଥିତ ଥିଲେ ।
