OCAC

ଓଡ଼ିଶାରେ ହେବ ଏନ୍ଆଇଇଏଲ୍ଆଇଟି କ୍ୟାମ୍ପସ୍

40

ଭୁବନେଶ୍ୱର,(ବୁ୍ୟରୋ): ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥା ଜାତୀୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଏନ୍ଆଇଇଏଲ୍ଆଇଟି) ଓଡ଼ିଶାରେ ନିଜସ୍ୱ କ୍ୟାମ୍ପସ୍ ପ୍ରତିଷ୍ଠା କରିବାକୁ ଯାଉଛି । ରାଜ୍ୟ ସରକାର ଏଥିପାଇଁ ଓଡ଼ିଶା କମ୍ପୁ୍ୟଟର ଆପ୍ଲିକେସନ୍ ସେଣ୍ଟର୍ (ଓକାକ୍) ଜରିଆରେ ମାଗଣାରେ ୭୧୦୦ ବର୍ଗଫୁଟ୍ର ଜାଗା ଆଚାର୍ଯ୍ୟବିହାରସ୍ଥିତ ଓକାକ୍ ଟାୱାର୍ଠାରେ ଯୋଗାଇଦେବେ ବୋଲି ଜଣାପଡ଼ିଛି । ଏଥିସହିତ ରାଜ୍ୟ ସରକାର ଏନ୍ଆଇଇଏଲ୍ଆଇଟିର ନିଜସ୍ୱ କ୍ୟାମ୍ପସ୍ ସକାଶେ ଇନ୍ଫୋସିଟି ଅଞ୍ଚଳରେ ଜମି ପ୍ରଦାନ କରିବେ ବୋଲି ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଏନ୍ଆଇଇଏଲ୍ଆଇଟି ଏବଂ ଓକାକ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ରାଜ୍ୟ ସରାକାରଙ୍କ ଇଲେକ୍ଟ୍ରୋନିକ୍ସ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ କମିଶନର ତଥା ଶାସନ ସଚିବ ଅଶୋକ କେକେ ମୀନା, ବିଭାଗୀୟ ସ୍ୱତନ୍ତ୍ର ସଚିବ ଆର୍ଏନ୍ ପଲେଇ, ଏନ୍ଆଇଇଏଲ୍ଆଇଟିର ମହାନିଦେ୍ର୍ଦଶକ ଡ. ଅଶ୍ୱିନୀ କୁମାର ଶର୍ମା ଏବଂ ଅତିରିକ୍ତ ନିଦେ୍ର୍ଦଶକ ବିଏନ୍ ଚୌଧୁରୀଙ୍କ ଉପସ୍ଥିତିରେ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ରାଜ୍ୟ ସରକାରଙ୍କ ସାହାଯ୍ୟ ଏବଂ ସହଯୋଗ କାମନା କରି ଶୀଘ୍ର ଜମି ଯୋଗାଇଦେବାକୁ କହିଛନ୍ତି ଶ୍ରୀ ଶର୍ମା । ଏହି କ୍ୟାମ୍ପସ୍ ରାଜ୍ୟର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଏବଂ କ୍ଷମତା ନିର୍ମାଣ ବୃଦ୍ଧିରେ ସହାୟକ ହେବ । ଦେଶରେ ଏନ୍ଆଇଇଏଲ୍ଆଇଟିର ୩୬ ନିଜସ୍ୱ କେନ୍ଦ୍ର ଏବଂ ପାଖାପାଖି ୯ ହଜାର ପ୍ରଶିକ୍ଷଣ ଅଂଶୀଦାରୀ ରହିଛି । ଏହାର ପାଠ୍ୟକ୍ରମଗୁଡ଼ିକ ଏନ୍ଏସ୍କୁ୍ୟଏଫ୍ ଅଧିନରେ ଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଇଥାଏ ।

ସେଆର କରନ୍ତୁ:



Powered by odothemes.com