Olasuni-Mela-photo-12

ଓଳାଶୁଣୀ ମେଳା ଉଦ୍ୟାପିତ

20

ଚାଲିଚନ୍ଦ୍ରପୁର(ଆପ୍ର): ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ପାମେଳା ଗତ ୩୧ ତାରିଖ ମାଘ କୃଷ୍ଣ ଏକାଦଶୀ ତଥୀରୁ ଆରମ୍ଭ ହୋଇ ୧୦ରେ ଉଦ୍ୟାପିତ ହୋଇଛି । ଚଳିତ ମେଳାରେ ଲକ୍ଷାଧିକ ଜନସମାଗମ ହୋଇଥିବା ବେଳେ ୫ଟି ଅପେରା ଦଳର ନାଟକ ପରିବେଷଣ ବେଶ ଆକର୍ଷିତ ଥିଲା । ମେଳାରେ ଆଲୋକ, ପାନୀୟଜଳ, ଆଇନଶୃଙ୍ଖଳା ବେଶ କଡ଼ାକଡ଼ି ବ୍ୟବସ୍ଥା ହୋଇଥିଲା । ଦୀର୍ଘ ୧୧ ଦିନ ଧରି ଏହି ମେଳା ପଡ଼ିଆରେ ୫ଶହରୁ ଊଦ୍ଧ୍ୱର୍ ଉଠାଦୋକାନି ବିଭିନ୍ନ ରକମର ପସରାମେଲାଇଥିଲା ବେଳେ ଚଳିତ ମେଳାରେ ସେମାନେ ବେଶ ଖୁସି ମନାଇଛନ୍ତି । ବାଲିଚନ୍ଦ୍ରପୁର ଥାନା ଭାରପ୍ରାପ୍ତ ଅଧିକାରୀ ରାକେଶ କୁମାର ତ୍ରିପାଠୀଙ୍କ ଦ୍ୱାରା ଆଇନ ଶୃଙ୍ଖଳାକୁ ଦକ୍ଷତାର ସହିତ କାର୍ଯ୍ୟକରିଥିବା ପରିଲକ୍ଷିତ ହୋଇଛି । ଚଳିତ ମେଳାରେ ବହୁ ସାଧୁସନ୍ଥ, ବିଧାୟକ, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ ରାଜନୈତିକ ଦଳ, କଂଗ୍ରେସ, ବିଜେଡ଼ି, ବିଜେପି ପ୍ରମୁଖ ସେମାନଙ୍କର ତ୍ୱରଣ ସହିତ ମେଳାପଡ଼ିଆରେ ଷ୍ଟଲମାନ ପକାଇ ଲୋକଙ୍କୁ ସେବା ଯୋଗାଇଦେଇଥିବା ଦେଖିବାକୁ ମିଳିଥିଲା । ଓଳାଶୁଣୀ ମଠର ମହନ୍ତ ଡ଼ଃ.ନାମାନନ୍ଦ ଦାସ ଶାନ୍ତି ଶୃଙ୍ଖଳାର ସହିତ ପ୍ରସିଦ୍ଧ ମେଳା ସମାପନ ହୋଇଥିବାରୁ ଏଥିପାଇଁ ଯାଜପୁର ଓ କଟକ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଓ ଅସଂଖ୍ୟ ଜନସାଧାରଣଙ୍କୁ ସାଧୁବାଦ ଜଣାଇଛନ୍ତି ।

ସେଆର କରନ୍ତୁ:



Powered by odothemes.com