Photo-4

ଐତିହାସିକ ମୁନ୍ସୀ ମେଲଣ ଉଦ୍ୟାପିତ

13

୧୮୭୭ରୁ ଭାଇଚାରା ରକ୍ଷା ଲାଗି ଉଦ୍ୟମ
ଜାରକା(ଆପ୍ର): ପ୍ରତୀକ ଓ ପରମ୍ପରାର ପ୍ରସିଦ୍ଧ ଶତାୟୁ ଐତିହାସିକ ଧର୍ମଶାଳା ମୁନସୀ ମେଲଣ ଶାନ୍ତି ଶୃଙ୍ଖଳାର ସହ ଉଦ୍ୟାପିତ ହୋଇଛି । ଏଥିରେ ବଡ଼ ଓ ଛୋଟ ୧୦୦ରୁ ଊଦ୍ଧ୍ୱର୍ ରାଧାକୃଷ୍ଣ ବିମାନ ଅବିର ହୋରି ଖେଳିଥିଲେ । ଏହି ନିଆରା ମେଲଣରେ ଠାକୁର ବାଡ଼ିଆମାନେ ଭଜନ କୀର୍ତ୍ତନ ପରିବେଷଣ କରାଯାଇଥିଲା । ରାଧାକୃଷ୍ଣ ବିମାନକୁ ସୁସଜ୍ଜିତ ବେଶରେ ଅବିର ରଙ୍ଗରେ ହୋଲି ଖେଳାଇ ଧର୍ମଶାଳା ବାଣୀପୀଠ ଠାରୁ ରୋଶଣି ଯୋଗେ ବିମାନଗୁଡିକୁ ନେଇ ହାଟ ମେଲଣ ପଡ଼ିଆରେ ନିର୍ମିତ ହୋଇଥିବା ଚାରବେଦୀରେ ଉପବେଶନ କରାଇଥିଲେ । ଗତକାଲି ସନ୍ଧ୍ୟାରେ ପ୍ରଥମେ ପାରମ୍ପରିକ ରୀତିନୀତି ଅନୁସାରେ ଥାନପତି ଚୋରମୁହାଁ ରାଧାକୃଷ୍ଣ ବିମାନଙ୍କୁ ଫୁଲ ଅବିର ଦେଇ ମେଲଣ କମିଟି ପକ୍ଷରୁ ସଭାପତି ତଥା ଥାନା ଅଧିକାରୀ ସରୋଜ ସାହୁ ଓ ସଂପାଦକ ଜଳଧର ମହାନ୍ତି ନିମନ୍ତ୍ରଣ କରିବା ପରେ ଥାନପତି ବିମାନ ଆସନରେ ବସିଥିଲେ । ଜିଲ୍ଲା ପଟ୍ଟାମୁଣ୍ଡାଇ ସ୍ଥିତ ସ୍ୱରତୀର୍ଥ ଅନୁଷ୍ଠାନର ରବିମିଶ୍ରଙ୍କ ନେତ୍ୱତ୍ୱରେ କଳାକାରମାନେ ସନ୍ଧ୍ୟାଠାରୁ ଦୀର୍ଘସମୟ ଧରି ଭଜନ ପରିବେଷଣ କରିଥିଲେ ।
ଭାଇଚାରାର ସଂପର୍କକୁ ସୁଦୃଢ଼ କରିବା ଜନଶ୍ରୁତିରେ୧୮୭୭ ମସିହାରେ ଆରମ୍ଭ ହୋଇଥିବା ମୁନସୀ ମେଲଣର ପ୍ରତିବର୍ଷ ସନ୍ଧ୍ୟାରେ ଏଯାବତ୍ ବନ୍ଧୁମିଳନର ଆୟୋଜନ ହୋଇ ଆସୁଛି । ମେଲଣ କମିଟିର ପ୍ରାକ୍ତନ ସଂପାଦକ ସ୍ୱର୍ଗତ ବୃନ୍ଦାବନ ଶତପଥୀଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସକାଳଠାରୁ ଅପରାହ୍ଣଯାଏ ଆଖପାଖ ଗାଁର ଅନେକ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଭକ୍ତମନେ ମେଲଣ ପଡ଼ିଆରେ ରୁଣ୍ଡ ହୋଇ ରାଧାକୃଷ୍ଣଙ୍କ ଅବିର ରଙ୍ଗ ହୋଲିଖେଳକୁ ଉପଭୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା । ଧର୍ମଶାଳା ମୁନସୀ ମେଲଣ କମିଟି ସଭାପତି ଥାନା ଅଧିକାରୀ ସରୋଜ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ବିପିନ ବିହାରୀ ନାୟକ, ସଂପାଦକ ଜଳଧର ମହାନ୍ତି, ସହ ସଂପାଦକ ପ୍ରମୋଦ କୁମାର ଦାସଙ୍କ ସମେତ ସୁଦୀପ୍ତ ସ୍ୱାଇଁ, ବସନ୍ତ ପରିଡ଼ା, ପ୍ରଭୁଦତ୍ତ ଜେନା, ବିଚିତ୍ର ସ୍ୱାଇଁ,ନିରଞ୍ଜନ ମୁଦୁଲି, ସନ୍ତେଷ ଜେନା, କୋଷାଧ୍ୟକ୍ଷ ଅବଧୂତ ରାଉତଙ୍କ ସମେତ ଅନ୍ୟମାନେ ମେଲଣ ପରିଚାଳନା କରିଥିଲେ ।

ସେଆର କରନ୍ତୁ:



Powered by odothemes.com