3

ଏସ୍ପିଙ୍କ ଠାରେ ଫେରାଦ ହେଲେ ଗ୍ରାମବାସୀ

24

କୋଠଘର ପଇସା ମାଗିବାରୁ ଥାନାରେ ମାମଲା
ଢେଙ୍କାନାଳ,୨୦ା୩(ଆପ୍ର): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବାଙ୍କୁଆଳ ଗ୍ରାମର କିଛି ଗ୍ରାମବାସୀଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି । ଏହାକୁ ବିରୋଧ କରି ମଙ୍ଗଳବାର ଗ୍ରାମବାସୀ ଏକାଠି ହୋଇ ଜିଲ୍ଲା ଏସ୍ପିଙ୍କ ନିକଟରେ ଆସି ଦାୟର ହୋଇଥିବା ମିଥ୍ୟା ମାମଲାକୁ ପ୍ରତ୍ୟାହାର ପାଇଁ ଲିଖିତ ଭାବେ ଜଣାଇବା ସହିତ ଘଟଣା ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମର ଜଣେ ପରିବାର ଗାଁ ରାସ୍ତାକୁ ମଡେଇ ନିଜ ଘର ତିଆରି କରିଥିଲା । ଉକ୍ତ ଘର ତିଆରି ସମୟରେ ଗାଁ କୋଠ ଘର ସମିତିରୁ ୨୦ ହଜାର ଟଙ୍କା ଋଣ ନେଇଥିଲା । ଉକ୍ତ ରାସ୍ତା ନେଇ ବିବାଦ ଏବଂ କୋଠଘର ପଇସା ମଗାହେବାରୁ ପରିବାର ନିର୍ମାଣ କରିଥିବା ଘରଟିକୁ ବ୍ୟକ୍ତିଗତ ଭାବେ ନିଆଁ ଲଗାଇ ଦେଇ ଘଟଣାରେ ୭ଜଣ ସମ୍ପୃକ୍ତ ଦର୍ଶାଇ ସଦର ଥାନାରେ ଲିଖିତ ମାମଲା ଦାଏର କରିଛି । ତେଣୁ ଗ୍ରାମବାସୀମାନେ ଏକାଠି ହୋଇ ଏସ୍ପିଙ୍କ ପାଖରେ ଘଟଣାର ପ୍ରକୃତ ତଦନ୍ତ କରି ଦାୟର ହୋଇଥିବା ମାମଲାକୁ ପ୍ରତ୍ୟାହୃତ କରିବାପାଇଁ ଅନୁରୋଧ କରିଥିଲେ ।

ସେଆର କରନ୍ତୁ:



Powered by odothemes.com