ଆୟୁର୍ବେଦ ଶିକ୍ଷାର୍ଥୀଙ୍କ ଆନ୍ଦୋଳନ

64

ପୁରୀ,୧ା୮(ଆପ୍ର): ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପିଜି ଓ ଅନ୍ୟ ବିଭାଗର ଡାକ୍ତରୀଛାତ୍ର ଛାତ୍ରୀମାନେ ଆଜି ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ । ଭିଆଇପି ରୋଡରେ ଶତାଧିକ ଛାତ୍ର ଛାତ୍ରୀଙ୍କ ଧାରଣା ଯୋଗୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା । ଘଟଣାସ୍ଥଳରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ବେହେରା ପହଞ୍ଚି ଛାତ୍ର ଛାତ୍ରୀଙ୍କୁ ବୁଝାସୁଝା କରିବାପରେ ଧରଣା ପ୍ରତ୍ୟାହୃତ ହୋଇଥିଲା । ତେବେ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି । ଛାତ୍ରାବାସରେ ଦେଖାଦେଇଥିବା ସମସ୍ୟାର ସମଧାନ ଦାବିରେ ଗତକାଲି ବିଳମ୍ବିତ ରାତିରେ ଛାତ୍ର ଛାତ୍ରୀମାନେ ମହାବିଦ୍ୟାଳୟ ପରିସରରେ ଟାୟାର ଜାଳି ପ୍ରତିବାଦ ଜଣାଇଥିଲେ । ତେବେ ସମସ୍ୟା ସମାଧାନ ନହେବାରୁ ଆଜି ଭିଆଇପି ରୋଡ ଅବରୋଧ କରିଥିଲେ । ଛାତ୍ର ଛାତ୍ରୀମାନେ ଅଭିଯୋଗ କରିଥିଲେ ଯେ ପୂର୍ବରୁ ସେମାନେ ରହୁଥିବା ଛାତ୍ରବାସକୁ ଭାଙ୍ଗି ଦିଆଯାଇ ଅନ୍ୟଏକ ସୌଧରେ ଛାତ୍ରାବାସ ଚାଲୁଛି । କୋଠରୀ ଅଭାବରୁ ଗୋଟିଏ ଗୋଟିଏ କୋଠରୀରେ ୭ଜଣ ଡାକ୍ତରୀ ଛାତ୍ର ଛାତ୍ରୀଙ୍କୁ ରଖାଯାଉଥିବାରୁ ବହୁ ସମସ୍ୟା ଉପୁଜୁଛି । ସେମାନଙ୍କ ପାଇଁ ଏକ ନୂତନ ହଷ୍ଟେଲ ଗୃହ ନିର୍ମାଣ ପାଇଁ ସେମାନେ ଦାବି କରିଥିଲେ । ଛାତ୍ର ଛାତ୍ରୀମାନେ ଅଭିଯୋଗ କରିଥିଲେ ଯେ ଏ ସମ୍ପର୍କରେ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟସଚିବ, ବିଧାୟକ ଓ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ନବକଳେବର ଅବସରରେ ଗୋପବନ୍ଧୁ ମହାବିଦ୍ୟାଳୟ ପରିସରରେ କରାଯାଇଥିବା ୨ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସୌଧକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏଏନ୍ଏମ ସେଣ୍ଟର କରିବା ପାଇଁ ଯୋଜନା କରୁଥିବାରୁ ଛାତ୍ର ଛାତ୍ରୀମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି । ନୂତନ ସୌଧରେ ରୋଗୀ ରଖାଯାଇ ସେମାନଙ୍କ ଚିକିତ୍ସା ଆୟୁଷ ଡାକ୍ତରମାନଙ୍କୁ ପାଇଁ ସୁଯୋଗ ଦେବାକୁ ସେମାନେ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com