pramod

ଆସ୍ଥା ଜିତିଲେ ସାୱନ୍ତ

24

ପାଣାଜୀ, ୨୦ା୩: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବେଶ୍ ସୁବିଧାରେ ଆସ୍ଥା ଭୋଟ୍ରେ ବିଜୟ ହାସଲ କରିଛନ୍ତି । ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ନିଦେ୍ର୍ଦଶ କ୍ରମେ ଉପବାଚସ୍ପତି ମାଇକେଲ ଲୋବୋଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନରେ ଧାଡ଼ିକିଆ ଆସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା । ଶ୍ରୀ ସାୱନ୍ତଙ୍କ ସପକ୍ଷରେ ୨୦ ବିଧାୟକ ଓ ବିରୋଧରେ ୧୫ ବିଧାୟକ ମତଦାନ କରିଥିଲେ । ବିଧାନସଭାରେ ମୁଣ୍ଡ ଗଣତିବେଳେ ପ୍ରସ୍ତାବକୁ ବିଜେପିର ୧୧, ସହଯୋଗୀ ୩ ସ୍ୱାଧୀନ ବିଧାୟକଙ୍କ ସମେତ ଏମ୍ଜିପି, ଗୋଆ ଫର୍ୱାର୍ଡ ବ୍ଲକ୍ର ୩ଜଣ ଲେଖାଏଁ ବିଧାୟକ ସମର୍ଥନ କରିଥିବାବେଳେ ବିରୋଧୀ କଂଗ୍ରେସର ୧୪ ଏବଂ ଏନ୍ସିପିର ଜଣେ ବିଧାୟକ ବିରୋଧ କରିଥିଲେ । ସୂଚନା ଥାଉକି ରବିବାର ଦିନ ମନୋହର ପାରିକରଙ୍କ ପରଲୋକ ପରେ ଗୋଆ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା । କଂଗ୍ରେସ୍ ପକ୍ଷରୁ ସରକାର ଗଠନ ଲାଗି ପ୍ରସ୍ତୁତି ଚାଲିଥିବାବେଳେ ବାଚସ୍ପତି ପ୍ରମୋଦ ସାୱନ୍ତ ମଙ୍ଗଳବାର ରାତି ଅଧରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
୪୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ କ୍ଷମତାସୀନ ବିଜେପିର ୧୨, ମେଣ୍ଟ ସହଯୋଗୀ ଏମ୍ଜିପିର ୩, ଗୋଆ ଫର୍ୱାର୍ଡ ବ୍ଲକର ୩, ୩ ସ୍ୱାଧୀନ ବିଧାୟକ ଏବଂ କଂଗ୍ରେସର ୧୪ ଓ ଏନ୍ସିପିର ଜରେ ବିଧାୟକ ଅଛନ୍ତି । ଏବେ ବିଧାନସଭାରେ ୩୬ ବିଧାୟକ ଅଛନ୍ତି ଓ ୪ ଆସନ ଖାଲି ପଡ଼ିଛି ।

ସେଆର କରନ୍ତୁ:



Powered by odothemes.com