ଆଶା! ଅନନ୍ୟା

47

ଭୁବନେଶ୍ୱର, ୫ ।୯(ବୁ୍ୟରୋ): ଟିଭି ଚ୍ୟାନେଲ୍ ‘ସୋନି ଏଣ୍ଟରଟେନ୍ମେଣ୍ଟ’ ଦ୍ୱାରା ପ୍ରସାରିତ ‘ଇଣ୍ଡିଆନ୍ ଆଇଡଲ୍ ଜୁନିୟର-୨’ର ଗ୍ରାଣ୍ଡ ଫାଇନାଲ୍ (ଚୂଡାନ୍ତ ପ୍ରତିଯୋଗିତା)ର ସିଧା ପ୍ରସାରଣ ଆସନ୍ତାକାଲି ରାତି ସାଢେ ୮ଟାରୁ । ଆଜି ଗ୍ରାଣ୍ଡ ଫାଇନାଲ୍ର ଚୂଡାନ୍ତ ପର୍ଯ୍ୟାୟକୁ ଉନ୍ନିତ ଓଡିଆ ଝିଅ ଅନନ୍ୟା ଶ୍ରୀତମ ନନ୍ଦ ୪ ତାରିଖରେ ଶେଷ ହୋଇଥିବା ଏସ୍ଏମ୍ଏସ୍ ଭୋଟିଂରେ ସର୍ବାଧିକ ଭୋଟ୍ ପାଇଥିବାରୁ ଉକ୍ରଣ୍ଠିତ ଓଡିଶାବାସୀଙ୍କ ଆଶା ସେ ବି ଋତୁରାଜ ମହାନ୍ତିଙ୍କ ଭଳି ଏବର୍ଷ ରାଜ୍ୟକୁ ଗୌରବାନ୍ୱିତ କରିବେ । ଗ୍ରାଣ୍ଡ ଫାଇନାଲ୍ର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଏକମାତ୍ର ବାଳକ ବୈଷ୍ଣବ ଗିରିଶ (କେରଳ) ଅନ୍ତର ହୋଇଥିବାବେଳେ ଚୂଡାନ୍ତ ପର୍ଯ୍ୟାୟରେ ଅଛନ୍ତି ଅନନ୍ୟାଙ୍କ ସହ ଅନ୍ୟ ଦୁଇ ପ୍ରତିଯୋଗୀ ନିତ୍ୟଶ୍ରୀ ଭେଙ୍କଟରମଣନ୍ (ତାମିଲନାଡୁ) ଓ ନାହିଦ ଆଫ୍ରିନ୍ (ଆସାମ) । ଗତ ମେ’ ୩୦ରୁ ୩ ମାସରୁ ଊଦ୍ଧ୍ୱର୍କାଳ ଧରି ଜାରି ରହିଥିବା ପ୍ରତିଯୋଗିତାରେ ଅନନ୍ୟା ବିଗତ ୨୫ ରାଉଣ୍ଡରେ ବିଭିନ୍ନ କିଶୋର ପ୍ରତିଭାଙ୍କୁ ଅତିକ୍ରମ କରି ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ଆଜି ତାଙ୍କ କଣ୍ଠରୁ ମୁର୍ଚ୍ଛିତ ବଲିଉଡ୍ ଫିଲ୍ମର ଶାସ୍ତ୍ରୀୟ ଓ ପପ୍ ଗୀତରେ ଫିଲ୍ମ ‘ୱେଲ୍କମ୍ ବ୍ୟାକ୍’ର କଳାକାର ଅନୀଲ କପୁର, ଜନ୍ ଆବ୍ରାହମ୍, ସୋନାକ୍ଷୀ ସିହ୍ନା, ସଙ୍ଗୀତ ନିର୍ଦ୍ଧେଶ ସଲିମ୍ ମର୍ଚ୍ଚାଣ୍ଟ, ବିସାଲ୍ ଧଧଲାନି ପ୍ରମୁଖ ବିମୋହିତ ହୋଇଥିଲେ । ଅନନ୍ୟା ପଢୁଥିବା ପୋଖରୀପୁଟ ଡିଏଭି ସ୍କୁଲର ସହପାଠୀଙ୍କଠାରୁ ଆରମ୍ଭ କରି ବୟସ ନିର୍ବିଶେଷରେ ଅଗଣିତ ଓଡିଆ ଆଶା କରନ୍ତି, ଅନନ୍ୟା ହାସଲ କରିବେ ଏବର୍ଷର ‘ଇଣ୍ଡିଆନ୍ ଆଇଡଲ୍ ଜୁନିୟର-୨’ ଟ୍ରଫି ।

ସେଆର କରନ୍ତୁ:



Powered by odothemes.com