ଅଷ୍ଟମ ଦିନରେ ଭଦ୍ରକ କର୍ଫୁ୍ୟ

71

ଭଦକ୍ର, ୧୪ା୪(ଆପ୍ର): ଅଶାନ୍ତ ଭଦ୍ରକ ସହରକୁ ଧିରେ ଧିରେ ଶାନ୍ତିର ବାତାବରଣ ଫେରୁଛି । ସହରକୁ ଶାନ୍ତି ସଦଭାବନା ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରିରହିଛି । ହିଂସାକାଣ୍ଡପରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ନିଜ କାର୍ଯ୍ୟାଳୟରେ ସକାଳ ୮ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରହି ସ୍ଥିତି ସମୀକ୍ଷା କରୁଛନ୍ତି । ଏସବୁ ସତ୍ତ୍ୱେ ସହରରେ ରାତିକାଳୀନ କର୍ଫୁ୍ୟ ବଳବତ୍ତର ରହିଛି । ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫୁ୍ୟ ବଳବତ୍ତର ରହିଥିବାରୁ ସହରବାସୀ ଏବେ ବି କର୍ଫୁର୍୍ୟ ବନ୍ଦୀ ଜୀବନ ବିତାଉଛନ୍ତି । ସହରରେ ପୁଲିସ ପଇଁତରା ଅବ୍ୟାହତ ରହିଥିବା ବେଳେ ସମ୍ବେଦନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଉଛି । ଗଣ୍ଡଗୋଳରେ ସାମିଲ ଥିବା ଅଭିଯୋଗରେ ଏପର୍ଯ୍ୟନ୍ତ ୧୫୫ ଜଣଙ୍କୁ ପୋଲିସ ଗିରଫ କରିଛି । ଭଦ୍ରକ ଜେଲରେ ସ୍ଥାନାଭାବ ଯୋଗୁଁ ୬୭ଜଣ ଗଣ୍ଡଗୋଳକାରୀଙ୍କୁ ସୋର, ନୀଳଗିରୀ ଓ ବାଲେଶ୍ୱରକୁ ପଠାଯାଇଛି । ଗଣ୍ଡଗୋଳରେ ମୁଖ୍ୟ ସୂତ୍ରଧର ଦୁଇଜଣଙ୍କୁ ବାଲେଶ୍ୱର ଜେଲକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ସହରରେ ଶାନ୍ତି ଫେରୁଥିବା ବେଳେ ଏବେ ସହରରେ ପ୍ରତିଦିନ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଭିଡ଼ ଲାଗି ରହୁଛି । ହିଂସାକାଣ୍ଡରେ ଘଟିଥିବା କ୍ଷୟକ୍ଷତିର ଆକଳନ ୪ଟି ଟିମ୍ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଭଦ୍ରକ ଗସ୍ତ ସମୟରେ ତିନିଦିନ ଭିତରେ କ୍ଷୟକ୍ଷତି ଆକଳନ କରାଯାଇ ଦଙ୍ଗା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରିଥିଲେ ।

ସେଆର କରନ୍ତୁ:



Powered by odothemes.com