Rimuli-news-Dt09.02

ଅନ୍ଧାରରେ ରଘୁଆଳସାହି: ଡିବିରି ଆଲୁଅ ଭରସା

10

ରିମୁଳି (ଆପ୍ର): ଯୋଡାବ୍ଲକ ଅନ୍ତର୍ଗତ କଣ୍ଡରା ପଚାୟତ ରାମଚନ୍ଦ୍ରପୁର ଗ୍ରାମର ରଘୁଆଳସାହି ରେ ଆଜି ପର୍ଯ୍ୟନ୍ତ ବିଦୁ୍ୟତ ସେବା ପାଇବାରୁ ବଂଚିତ ହୋଇଥିବା ଜଣାପଡିଛି । ଗ୍ରାମାଂଚଳ ରେ ବିଦୁ୍ୟତ ସେବାରୁ କେହି ବଂଚିତ ନ ହେବା ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ସ୍ୱାଧିନତାର ୭୧ବର୍ଷ ପରେ ବି ଗ୍ରାମକୁ ବିଦୁ୍ୟତ ସଂଯୋଗ ହୋଇନଥିବା ଗ୍ରାମବାସୀ ମାନଙ୍କ ଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଘଟଣାସ୍ଥଳରୁ ଜଣାପଡିଛି ଯେ,ଏହି ଗ୍ରାମରେ ଭୋଟର ସଂଖ୍ୟା ୬ଶହ ରୁ ଉର୍ଦ୍ଧ ପରିବାର ବସବାସ କରି ରହିଛନ୍ତି । ତେବେ ବିଦୁ୍ୟତ ସଂଯୋଗ ପାଇଁ ଉକ୍ତ ସାହିବାସୀ ବହୁବାର ଦାବି କରି ଆସୁଥିଲେ ହେଁ ଏଥିପ୍ରତି କେହିବି ଦୃଷ୍ଟି ଦେଉନଥିବା ୱାର୍ଡମେମ୍ବର ସନାତନ ମହାକୁଡ, ବାବୁରାମ ମୁଣ୍ଡା, ଚନ୍ଦ୍ରମୋହନ ମୁଣ୍ଡା, ଘନଶ୍ୟାମ ଲାଗୁରୀ, ଛୋଟରାୟ ମୁଣ୍ଡା, ଭାଗିରଥି ମହାକୁଡା, କ୍ରୀଷ୍ଣ ମୁଣ୍ଡା, ମାୟାଧର ମୁଣ୍ଡା, ନୃପତି ମୁଣ୍ଡା, ଶନିବାରୀ ମୁଣ୍ଡା, ଗୁରୁବାରୀ ମୁଣ୍ଡା, ଆଶାମଣୀ ମୁଣ୍ଡା, ଫୁଲମଣି ମୁଣ୍ଡା, ସନାତନ ଲୋହାର, ସନୁ ମହାକୁଡ, ମୋଦନ ମୁଣ୍ଡା ପ୍ରମୁଖ ପ୍ରକାଶ କରିଛନ୍ତି । ଅନ୍ଧାର ଯୋଗୁଁ ପାଠପଢୁଥିବା ଛାତ୍ରଛାତ୍ରୀ ମାନେ ପାଠପଢିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ସଂନ୍ଧ୍ୟା ହେଲେ ଡିବିରି ଆଲୁଅ ହିଁ ଭରସା ବୋଲି ଲୋକମାନେ କହିଛନ୍ତି । ଗରିବ ପରିବାର ମାନଙ୍କ ପାଇଁ ସରକାରଙ୍କ ଦିନଦୟାଲ ଜ୍ୟୋତି, ସୌଭାଗ୍ୟ ଜ୍ୟୋତି ଓ ବିଜୁ ଜ୍ୟୋତି ଯୋଜନା ରହିଛି । ତେବେ ଭୋଟ ସମୟ ଆସିଲେ ବିଦୁ୍ୟତ ସଂଯୋଗ ନେଇ ପ୍ରତିଶୃତି ଦେଇଥିବା ନେତା ମାନଙ୍କର ଆଉ ଦେଖା ମିଳେନି ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଏଣୁ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିଦୁ୍ୟତ ସଂଯୋଗ କରାଯିବାକୁ ସ୍ଥାନୀୟ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com