Students-Dharana

ଅନଶନରେ ଛାତ୍ରଛାତ୍ରୀ, ଅଭିଭାବକ

12

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା
ଭଣ୍ଡାରିପୋଖରୀ(ଆପ୍ର): ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ରାଜେନ୍ଦ୍ରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବିରେ ମଙ୍ଗଳବାର ଦିନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଅନଶନରେ ବସିଥିଲେ । ଛାତ୍ରଛାତ୍ରୀଙ୍କ ଆନେ୍ଦାଳନ ଯୋଗୁ ମଙ୍ଗଳବାର ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା । ସକାଳ ୧୦ଟାରୁ ଆନେ୍ଦାଳନ ଜାରି ରହିଥିଲେ ମଧ୍ୟ ଦିନ ପ୍ରାୟ ୧.୩୦ମି. ପର୍ଯ୍ୟନ୍ତ କୌଣସି ଅଧିକାରୀ ନପହଞ୍ଚିବାରୁ ଅନଶନରେ ବସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ର ଗୁରୁତର ଅସୁସ୍ଥ ହୋଇପଡିଥିଲେ । ଅସୁସ୍ଥ ଛାତ୍ରଦ୍ୱୟଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିସôା ପାଇଁ ନିଆଯାଇଥିଲା ।
ମଞ୍ଜୁରୀରୋଡ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଦେବାଶିଷ ପତି ପହଞ୍ଚି ଅନଶନରତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଦିନ ପ୍ରାୟ ୩ଟା ବେଳେ ଏବିଓ ଧିରେନ୍ଦ୍ରନାଥ ଦାସ, ସିଆରସିସି କୈଳାସ ଚନ୍ଦ୍ର ସାମଲ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତାକାଲି ଜଣେ ଶିକ୍ଷକ ନିଯୁକ୍ତି ଦେବା ପାଇଁ ଲିଖିତ ପ୍ରତିଶୃତି ଦେବାରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ପରିଚାଳନାକମିଟିର ସଭ୍ୟସଭ୍ୟା ଅନଶନରୁ ଉଠିଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮୬ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ୮ଟି ଶ୍ରେଣୀ ପାଇଁ ୪ଜଣ ଶିକ୍ଷକ ମଧ୍ୟରୁ ଜଣେ ବିଜ୍ଞାନ ଶିକ୍ଷକ ସିଆର୍ସିସି ଓ ୩ଜଣ ଶିକ୍ଷକଙ୍କୁ ନେଇ ପାଠପଢା ଚାଲୁଛି । ୨୦୧୬ରୁ ଅଦ୍ୟାବଧି କ୍ରମାଗତ ଭାବେ ଶିକ୍ଷକ ଅଭାବରେ ବିଦ୍ୟାଳୟ ଚାଲିଛି । ଏହି କାରଣରୁ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଅନ୍ୟତ୍ର ପଳାଇ ଯାଉଛନ୍ତି । ଗ୍ରାମରେ ଥିବା ଏକ ଘରୋଇ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ଥିଲେ ହେଁ ସରକାର ସରକାରୀ ବିଦ୍ୟାଳୟ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁ ବାଧ୍ୟ ହୋଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ତାଲାପକାଇ ଅନଶନରେ ବସିଥିଲେ ।

ସେଆର କରନ୍ତୁ:



Powered by odothemes.com